ହରା ଭାରତ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ୯/୬ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରିମ ସାମାଜିକ ସଂଗଠନ ହରା ଭାରତର ପକ୍ଷରୁ ୭ମ ଚାରା ବଂଟନ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପୋଖରୀଆ ପଡା କ୍ଲଷ୍ଟର ସିଆରସିସି ମଳୟ ଜେନା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା ଜରୁରୀ ହୋଇ ଥିବାରୁ ବ୍ୟାପକ ଚାରା ରୋପଣର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରି ୪୦୦ରୁ ଉର୍ଦ୍ଧ ଲୋକଙ୍କୁ ୧୦୦୦ରୁ ଅଧିକ ଫଳ ଚାରା ବଂଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ହରାଭାରତ ସମ୍ପାଦକ ପ୍ରିୟବ୍ରତ ସାହୁ, ସହ ସମ୍ପାଦକ ରାଜଦୀପ ମଲ୍ଲିକ, ପାର୍ଥସାରଥୀ ନାୟକ, ହିମାଂଶୁ ଭୂଷଣ ଜେନା, ସୁଭ୍ରଜିତ ମଲ୍ଲିକ, ଜ୍ଞାନ ରଞ୍ଜନ ତରାଇ, ପ୍ରକାଶ ରଞ୍ଜନ ସାହୁ,ସୌମ୍ୟ ରଞ୍ଜନ ମଲ୍ଲିକ ଅଭିଷେକ ଜେନା, ଶୁଭମ୍ ମଲ୍ଲିକ, ପବିତ୍ର ଜେନା ଓ ବର୍ଷାରାଣୀ ବେହୁରା, ଲିପ୍ସାରାଣୀ ବେହୁରା, ସୁଶ୍ରୀ ସଙ୍ଗୀତା ତରାଇ, ସୁଚିସ୍ମିତା ଜେନା, ସୁଭସ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ ।


Next Post

ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବୃକ୍ଷରୋପଣ

Mon Jun 9 , 2025
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଥିବା ଗୋବରୀ ନଦୀ କୂଳରେ ବୃକ୍ଷ ରୋପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ନେତୃତ୍ୱରେ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, […]

KANIKA