ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ୨୫ତମ ବାର୍ଷିକ କ୍ରୀଡା ଉଦଯାପିତ



ପଟ୍ଟାମୁଣ୍ଡାଇ ତା୧୪/୧-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ର୍ରୀଧର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ +୨ମହିଳା କଲେଜର ଅଧ୍ୟକ୍ଷା ରାଜଲଷ୍ମୀ ମହାନ୍ତି ମୁଖ୍ୟଅତିଥି ଓ କ୍ରୀଡା ଶିକ୍ଷୟତ୍ରୀ ଅଳକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ସଂଯୋଜିକା ଶୁଭଶ୍ରୀ ପ୍ରିୟଦର୍ଶନୀ ତରାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ଗୀତାଞ୍ଜଳି କର ସ୍ୱାଗତ ଭାଷଣ ଓ ବନ୍ଦନାରାଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସହ ସଂଯୋଜିକା ଜ୍ୟୋତିର୍ମୟୀ ଦାଶ ଧନ୍ୟବାଦ ଦେଇଥିଲେ । ଏହି ବାର୍ଷିକ କ୍ରୀଡାର ବିଭିନ୍ନ ପ୍ରତିଯୋଗିତାକୁ ଅଧ୍ୟାପକ ରମେଶ ଦେଠୀ, ଅଧ୍ୟାପିକା ସରିତାରାଣୀ ଦାସ, ସୁକାନ୍ତ ନାଥ, ନିର୍ମଳ ସେଠୀ, ଅମିତ ନାୟକ, ରୋଜାଲିନ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଲିତାଲି ଲେଙ୍କା , ସ୍ୱପ୍ନାରାଣୀ ମଲିକ , ବିନୋଦିନୀ ନାୟକ, ଅନନ୍ୟା ଆତ୍ମଜା ମଲିକ, ସୋନାଲି ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ବାର୍ଷିକ କ୍ରୀଡା ଉତ୍ସବରେ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ଓ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ।


Next Post

କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଉଦ୍‌ଘାଟିତ

Thu Jan 15 , 2026
କେନ୍ଦ୍ରାପଡା,୧୫ା୧:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ମାରୁତି ସୋଲାର ସିଷ୍ଟମ କାର୍ଯ୍ୟାଳୟରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନଗରପାଳ ସରିତା ସାହୁଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରି କହିଲେ ଏହି ଯୋଜନାରେ ସୌରଶକ୍ତି ମାଧ୍ୟମରେ ପ୍ରତି ମାସରେ ବିନା ଦେୟରେ ବିଦ୍ୟୁତ ଉପଭୋକ୍ତାମାନେ ବିଜୁଳି ଶକ୍ତି ପାଇ ପାରିବେ। ଏହାଦ୍ୱାରା ଜଳଶକ୍ତି ଓ ତାପଜ ଶକ୍ତି ଉପରେ ନିର୍ଭରଶୀଳତା […]

KANIKA