କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଉଦ୍‌ଘାଟିତ


କେନ୍ଦ୍ରାପଡା,୧୫ା୧:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ମାରୁତି ସୋଲାର ସିଷ୍ଟମ କାର୍ଯ୍ୟାଳୟରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନଗରପାଳ ସରିତା ସାହୁଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରି କହିଲେ ଏହି ଯୋଜନାରେ ସୌରଶକ୍ତି ମାଧ୍ୟମରେ ପ୍ରତି ମାସରେ ବିନା ଦେୟରେ ବିଦ୍ୟୁତ ଉପଭୋକ୍ତାମାନେ ବିଜୁଳି ଶକ୍ତି ପାଇ ପାରିବେ। ଏହାଦ୍ୱାରା ଜଳଶକ୍ତି ଓ ତାପଜ ଶକ୍ତି ଉପରେ ନିର୍ଭରଶୀଳତା କମିବା ସହିତ ଶକ୍ତି ସଂରକ୍ଷଣ କରାଯାଇ ପାରିବ। ୨ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ଏହି ସୌରଶକ୍ତି ପ୍ୟାନେଲ ୬୨ ହଜାର ଟଙ୍କାରେ ଲୋକେ ପାଇ ପାରିବେ। ଲୋକଙ୍କୁ ବ୍ୟାଙ୍କ ଜରିଆରେ କ୍ଷୁଦ୍ର ସୁଧ ହାରରେ ଏହା ଯୋଗାଇ ଦେବା ପାଇଁ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଲୋକେ ୧୦ ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଉଦଘାଟନୀ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ପୌର ସଭ୍ୟ ପ୍ରଦୀପ୍ତ ଜେନା, ଉମେଶ ନାୟକ, ପ୍ରଭାଶିଶ ପଣ୍ଡା, କାଳି ପ୍ରସାଦ ମିଶ୍ର, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ହିରଣ୍ୟ ପଣ୍ଡା, ଫକୀର ଚରଣ ଖଟୁଆ, ଭାଗିରଥୀ ଜେନା, ଶିକ୍ଷାବିତ ଡ. ଚୈତନ୍ୟ ଚରଣ ପରିଡା, ମାରୁତି ସୋଲାରର ନିର୍ଦ୍ଦେଶକ ଉମାଶଙ୍କର ଜେନା, ପରିଚାଳକ ବିଶ୍ୱଜିତ ବାରିକ, ଲିଙ୍କି ଲେଙ୍କା, ଈତିଶ୍ରୀ ଦାସ, ଚିନ୍ମୟୀ ଦଳାଇ, ମମତା ଥାପା ପ୍ରମୁଖ ଉପସ୍ଥିତ ଥିଲେ।


Next Post

ଗୁଡି ସୂତା ଲାଗିଯିବାରୁ ମୃତ୍ୟୁ ମୁଖରୁ ବଞ୍ଚଲେ ଦେବେନ୍ଦ୍ର

Sun Jan 18 , 2026
କେନ୍ଦ୍ରାପଡ଼ା,୧୭ା୧: ବର୍ତ୍ତମାନ ଗୁଡିଉଡା ପର୍ବ ଚାଲିଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସହର ଗୋବରୀ ନଦୀ କୂଳରେ ପିଲାମାନେ ଗୁଡି ଉଡେଇବାରେ ବ୍ୟସ୍ତ । ଗୁଡି ସୂତା ପ୍ଲାଷ୍ଟିକରେ ହେଉ ବା ମାଞ୍ଜା ସୂତା ହେଉ । ତାହା ସାଧାରଣ ବାଟୋଇମାନଙ୍କର କାଳ । ଆଜି ଅପରାହ୍ନରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ବାଇପାସ ରାସ୍ତାରେ କେନ୍ଦ୍ରାପଡା ଗୁଲନଗର ଛକ ନିକଟ ଏକ ଅଟୋ ସୋରୁମରେ କାର୍ଯ୍ୟରତ ଅସୁରେଶ୍ୱର ଗ୍ରାମର ଦେବେନ୍ଦ୍ର […]

KANIKA