ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପଲ୍ଲିଶ୍ରୀମେଳାର ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପକୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା,୧୮ା୧:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା କଲେଜ ପଡିଆରେ ଚାଲିଥିବା ଜିଲ୍ଲା ସଂସ୍କୃତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପ ଗୁଡିକୁ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶେଷ ଦିବସରେ ମେଳାର ଶ୍ରେଷ୍ଠ ବିକ୍ରେତା ଭାବେ ନୟାଗଡର ବୁଢୀ ମା’ ପ୍ରଡ୍ୟୁସର ଗ୍ରୁପ, ସର୍ବାଧିକ ବିକ୍ରେତା ସୋନପୁରର ଜୟ ହନୁମାନ ପ୍ରଡ୍ୟୁସର ଗ୍ରୁପ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସୋନପୁରର ଓମ୍‌ଶାନ୍ତି ସ୍ୱୟଂ ସହାୟିକା ଗୋଷ୍ଠିକୁ ମୋମେଣ୍ଟୋ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦେଇ ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପ ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ, ସଭ୍ୟ ରବିନାରାୟଣ ମହାନ୍ତି, ଚିତ୍ତରଞ୍ଜନ ଦାସ, କମଳାକାନ୍ତ ବେହେରା, ଗୋଲଖ ପଢିଆରୀ, ଓରମାସର ଡେପୁଟୀ ସିଇଓ ନିରୋଦ କୁମାର ଜେନା ଓ ପ୍ରିୟଙ୍କା ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।


Next Post

୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Thu Jan 22 , 2026
କେନ୍ଦ୍ରାପଡ଼ା,୨୧ା୧: ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଗଣ୍ଡାକିଆ ମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ସରକାରୀ ଆଇନଜିବୀ ଅବିନାଶ ପଣ୍ଡା ସମେତ ହୃଷୀକେଶ ସାହୁ, ନାନୁ ଚରଣ ଦାସ, […]

KANIKA