୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୧ା୧: ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଗଣ୍ଡାକିଆ ମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ସରକାରୀ ଆଇନଜିବୀ ଅବିନାଶ ପଣ୍ଡା ସମେତ ହୃଷୀକେଶ ସାହୁ, ନାନୁ ଚରଣ ଦାସ, ଅଲେଖ ସେଠୀ, ସ୍ୱାଧୀନ କୁମାର ସ୍ୱାଇଁ, ଅମୁଲ୍ୟ କୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ପାଇଁ ସ୍ଥିର କରାଗଲା । ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଗୋବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗ୍ରହଣରେ ପତାକା ଉତ୍ତୋଳନ କରାଯିବା ପାଇଁ ସ୍ଥିର କରାଯାଇଛି । ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପତାକା ଉତ୍ତୋଳନ ବେଳେ ଉପସ୍ଥିତ ରହିବାକୁ ଓ ସମସ୍ଥଙ୍କୁ ସୂଚନା ଦେବାକୁ ସ୍ଥିର କରାଗଲା ।