ସାନମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ



ପଟ୍ଟାମୁଣ୍ଡାଇ ତା ୨୩/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନ ମୂଳବସନ୍ତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ସମିତି କୋଷାଧ୍ୟକ୍ଷା ମନସ୍ମିତା ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସପ୍ତ ଶକ୍ତି ସମ୍ମିଳନୀରେ ପଦ୍ମନାଭ ସେବା ସଂସ୍ଥା ବାଳିକା ଉଚ୍ଚବିଦ୍ୟାଳୟ ସହକାରୀ ପ୍ରଧାନଶିକ୍ଷୟତ୍ରୀ ଅନିତା ସିଂ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଭଲ ମଣିଷ କରି ତୋଳିବାରେ ମାଆ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ପିଲାମାନଙ୍କୁ ପ୍ରକୃତ ସଂସ୍କାର ମା ମାନଙ୍କ ଠାରୁ ମିଳିଥାଏ ବୋଲି ପ୍ରକାଶ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ସ୍କାଉଟ ଗାଇଡ଼ ସଂଯୋଜିକା ତଥା ବିଦ୍ୟାମନ୍ଦିର ମାତୃଭାରତୀ ଅଧ୍ୟକ୍ଷା ଶାନ୍ତିଲତା ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଗଠନରେ ମା’ ର ସଂସ୍କାର ପିଲାଟିକୁ ସମଗ୍ର ସମାଜରେ ପ୍ରତିଷ୍ଠିତ କରି ଗଢି ତୋଳିଥାଏ ବୋଲି ପ୍ରକାଶ କରିଥିଲେ। ସହକାରୀ ଆଚାର୍ଯ୍ୟା ଶିବାନୀ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତି ସଦସ୍ୟା ସୁମିତ୍ରା ବେହେରା଼ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିକ୍ରମଜିତ ସ୍ୱାଇଁଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ପରିଚାଳନା କରିଥିଲେ ।


Next Post

ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନେତାଜୀ ଜୟନ୍ତୀ

Sat Jan 24 , 2026
କେନ୍ଦ୍ରାପଡ଼ା,୨୩ା୧: ବାଲିଆସ୍ଥିତ ମାଧ୍ୟମିକ ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରାପଡା ସହର ଉପକଣ୍ଠ ସୁଜାନଗରସ୍ଥିତ ପ୍ରସନ୍ନ କୁମାର ବେହେରାଙ୍କ ବାସଭବନରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ଗୁରୁଜୀ ନିଳମଣି ସ୍ୱାଇଁ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅଭିମନ୍ୟୁ କର ପୈାରହିତ୍ୟ କରିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟ […]

KANIKA