ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ



କେନ୍ଦ୍ରାପଡ଼ା,୨୩ା୧:ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଜାନଗରସ୍ଥିତ ନେତାଜୀ ମଡେଲ ଏମ.ଇ.ସ୍କୁଲରେ ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ୧୨୯ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍କୁଲ ପରିସରରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ତଥା କଳ୍ପନା କ୍ରିଏଟିଭ କମ୍ୟୁନିକେସନର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟବୀତ ଅବନ୍ତୀ ବେହେରା ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରଣଧୀର ଜେନା, ଗଣେଶ ଚନ୍ଦ୍ର ସାହୁ, ଅଜୟ ମାହାଳିକ, ଶଶ୍ମିତା ଜେନା, ବାପି ସାହୁ, ହେମନ୍ତ ନାୟକ, କାର୍ତ୍ତିକ ଚନ୍ଦ୍ର ସାହୁ, ମହେନ୍ଦ୍ର ସୁତାର, ବିଦ୍ୟାଳୟର ଶିକ୍ଷକ ମନ୍ଦର ରଥ, ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ର ଦାସ, ରଜନୀକାନ୍ତ ଦାସଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।


Next Post

କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡରେ ବିଶାଳ ହିନ୍ଦୁ ସମ୍ମିଳନୀ

Wed Feb 4 , 2026
କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ନଗର ମା’କାକଟମଙ୍ଗଳା ବସତି ପକ୍ଷରୁ କେନ୍ଦ୍ରାପଡା ତୁଳସୀବଜାର ନୂଆବସଷ୍ଟାଣ୍ଡ ପରିସରରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପ୍ରାନ୍ତୀୟ ଅଧିକାରୀ ଗୈାତ୍ତମ ମହାରଣା ଏବଂ ପୂର୍ବତନ ପ୍ରଚାରକ ସର୍ବେଶ୍ୱର ମିଶ୍ର, ମୁଖ୍ୟବକ୍ତା ଭାବେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ହିନ୍ଦୁସମାଜକୁ ଏକତ୍ରିତ ହୋଇ ରହିବା ସହିତ ହିନ୍ଦୁଧର୍ମ ଓ ସଂସ୍କୃତିକୁ ବଜାୟ ରଖିବାକୁ ଯୁବପିଢୀକୁ ଆହ୍ୱାନ କରିଥିଲେ। […]

KANIKA