କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡରେ ବିଶାଳ ହିନ୍ଦୁ ସମ୍ମିଳନୀ



କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ନଗର ମା’କାକଟମଙ୍ଗଳା ବସତି ପକ୍ଷରୁ କେନ୍ଦ୍ରାପଡା ତୁଳସୀବଜାର ନୂଆବସଷ୍ଟାଣ୍ଡ ପରିସରରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପ୍ରାନ୍ତୀୟ ଅଧିକାରୀ ଗୈାତ୍ତମ ମହାରଣା ଏବଂ ପୂର୍ବତନ ପ୍ରଚାରକ ସର୍ବେଶ୍ୱର ମିଶ୍ର, ମୁଖ୍ୟବକ୍ତା ଭାବେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ହିନ୍ଦୁସମାଜକୁ ଏକତ୍ରିତ ହୋଇ ରହିବା ସହିତ ହିନ୍ଦୁଧର୍ମ ଓ ସଂସ୍କୃତିକୁ ବଜାୟ ରଖିବାକୁ ଯୁବପିଢୀକୁ ଆହ୍ୱାନ କରିଥିଲେ। ସଭା ପ୍ରାରମ୍ଭରେ ୧୦୮ହନୁମାନ ଚାଳିଷା ପାଠ କରାଯିବା ସହ ହୋମଯଜ୍ଞ, ଗୋପୂଜନ, କନ୍ୟାପୂଜନ, ଗୀତାପାଠ ପ୍ରଭୃତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନଗରର ୨ହଜାରରୁ ଉର୍ଦ୍ଧ୍ୱ ସ୍ଥାନୀୟ ଭାଇଭଉଣୀ ଓ ମା’ମାନେ ଉପସ୍ଥିତ ଥିଲେ। ସଭାପତି ଶଶୀକାନ୍ତ ମର୍ଦ୍ଦରାଜ ସଭା ପରିଚାଳନା କରିଥିବା ବେଳେ ଉପସଭାପତି ବିଭୁତିଭୂଷଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ପାଣି, ରାଜକିଶୋର ନାୟକ, ଅକ୍ଷୟ ସେନାପତି, ଶିବନାରାୟଣ ଦାସ, ପ୍ରଭାତ ପାଣି, ସୈାମ୍ୟରଞ୍ଜନ ନାୟକ, ସତ୍ୟରଞ୍ଜନ ନାୟକ, ଶୁଭେନ୍ଦୁ ବାରିକ, ନାରାୟଣ ସିଂ, ଭାଷ୍କର ସାହୁ, ସୈାରଞ୍ଜନ କର, ବିଶ୍ୱନାଥ ମହାରଣା, ଦୁର୍ଗାଚରଣ ଦାସ, ଅନନ୍ତଗୋପାଳ ସାହୁ, ଶଙ୍କର ମିଶ୍ର, ରତ୍ନପ୍ରସାଦ ସାହୁ, ଅଶୋକ ଲେଙ୍କା ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।


Next Post

ଫେବୃୟାରୀ ୧୨ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରାପଡାରେ ଗଣ କନଭେସନ ଆହ୍ୱାନ

Wed Feb 4 , 2026
କେନ୍ଦ୍ରାପଡ଼ା,୩ା୨:ମନରେଗା ବଞ୍ଚାଅ – ଭି.ବି. ଜି.ରାମ୍‌.ଜି ଆଇନକୁ ପ୍ରତ୍ୟାହାର କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର, କୃଷକ ବିରୋଧୀ ବିହନ ବିଲ୍‌-୨୦୨୫ ବାତିଲ କର, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନ କ୍ରୟ କର, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କର ପ୍ରଭୃତି ୨୧ଦଫା ଦାବିରେ ୧୨ ଫେବୃଆରୀ ୨୦୨୬ ଦେଶବ୍ୟାପୀ […]

KANIKA