ମାଟିବଂଶ ପକ୍ଷରୁ ସମୂହ ବ୍ରତୋପନୟନ



କେନ୍ଦ୍ରାପଡ଼ା,୪/୪: କେନ୍ଦ୍ରାପଡା ଜିଲ୍ଲାର ଟାଉନ୍ ବଳରାମପୁରସ୍ଥ ସ୍ୱପ୍ନେଶ୍ୱର ମହାଦେବ ପ୍ରାଙ୍ଗଣରେ ରାଜ୍ୟ ସ୍ତରୀୟ ସମୂହ ବ୍ରତୋପନୟନ ମାଟିବଂଶ ଅବଧାନଙ୍କର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ରତୋପୟନ “ମାଟିବଂଶ ଅବଧାନ ସମାଜ”ଓଡିଶା ଦ୍ୱାରା ଆୟୋଜନ କରାଯାଇ ୧୫ଜଣରୁ ଉର୍ଦ୍ଧ୍ୱ ବାଳକ ବ୍ରହ୍ମଚାରୀ ହେବା ସହ ୫୦ଜଣ ଉପବୀତ ଗ୍ରହଣ କରିଥିଲେ । ଏହି ଗଣବ୍ରତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଗୋବିନ୍ଦପୁରର ଶିଦ୍ଧଗିରୀ ମଠର ମହନ୍ତ ବାବାଜୀ ବିଶ୍ୱନାଥ ଦାସ ଏବଂ ସମ୍ମାନୀୟ ଅତିଥି ଭାବେ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ଉପାୟନ ଓ ଆର୍ଶୀବାଦ ପ୍ରଦାନ କରିଥିଲେ । ଆଡ୍‌ଭୋକେଟ୍ ବିନୋଦ ନାୟକ ଓ ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ବଟକୃଷ୍ଣ ନାଥ ଯୋଗଦେଇ ବୈଦିକ ବ୍ରତ ଉପନୟନ ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ବ୍ରତପାଳନର ଉପାଦେୟତା ଆଧ୍ୟାତ୍ମିକ ଜ୍ଞାନ ସଂସ୍କାରର ଆବଶ୍ୟକତା ଉପରେ ଆଲୋଚନା କରି ବେଦ, ଗୀତା, ଭାଗବତ ଅଧ୍ୟୟନର ଉପକାରିତା ଉପରେ ଆଲୋକପାତ କରିଥିଲେ ଓ ବ୍ରହ୍ମଚାରୀ ମାନଙ୍କୁ ଉପାୟନ ତଥା ଆଶୀର୍ବାଦ ପ୍ରଦାନ କରିଥିଲେ । ଉକ୍ତ ସଭାରେ କଟକ, କେନ୍ଦୁଝର, ଗଞ୍ଜାମ, ମୟୁରଭଞ୍ଜ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡାରୁ ଏକ ହଜାରରୁ ଉର୍ଦ୍ଧ୍ୱ ମାଟିବଂଶ ଅବଧାନ ମାନେ ଯୋଗଦାନ ଦେଇଥିଲେ । ସଭାପତି ଅଭିରାମ ନାୟକ, ଟାଉନ ସଭାପତି ଅଭୟ ଦାସ, ସମ୍ପାଦକ ହରେକୃଷ୍ଣ ମହାରଣା, ରାଜ୍ୟ ସଂଘର ସହ ସମ୍ପାଦକ ଅଭିମନ୍ୟୁ ନାୟକ, କଟକ ଜିଲ୍ଲା ସଭାପତି କପିଳେଶ୍ୱର ପାଲ, ଅଶୋକ କୁମାର ଗେରୁ, ମଧୁସୂଦନ ଗେରୁ, ଗନ୍ଧର୍ବ କୁମାର ପାଗଳ, ସନ୍ତୋଷ କୁମାର ଜେନା, ପଣ୍ଡିତ ଶ୍ରୀଧର ନାଥ, ବାବୁନୀ ନାଥ ଆଦି ବହୁ କର୍ମକର୍ତ୍ତା ଯୋଗଦେଇଥିଲେ । ଶେଷରେ ଭୀକ୍ଷା କରାଯାଇ ବାଦ୍ୟ ସଙ୍ଗୀତ ତାଳେ ତାଳେ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା । ଡେରାବିଶ ବ୍ଲକ ସଭାପତି ଶ୍ରୀଧର ନାଥ ଧନ୍ୟବାଦ ପ୍ରଦାନ କରିଥିଲେ ।


Next Post

ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରଦ୍ଧାଞ୍ଜଳି ଦିବସ

Sun Apr 5 , 2026
କେନ୍ଦ୍ରାପଡ଼ା,୪ା୪:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅବିଭକ୍ତ କଟକ ଜିଲ୍ଲାର ପ୍ରଥମ ମହିଳା ତଥା ରାଜନଗରର ପ୍ରଥମ ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଗରାପୁର ଠାରେ ଅନୁଷ୍ଠିତ ହେଇ ଯାଇଛି। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ତାଙ୍କ ଡାକରାରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସରସ୍ୱତୀ ଦେବୀ ଜେଲ ଯାଇଥିଲେ। ନାରୀ ଶିକ୍ଷାର ପ୍ରସାର, ଦୁର୍ଗମ ଅଞ୍ଚଳକୁ ପାଦରେ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିବା, ଜଳକଷ୍ଟରୁ ରକ୍ଷା […]