ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରଦ୍ଧାଞ୍ଜଳି ଦିବସ



କେନ୍ଦ୍ରାପଡ଼ା,୪ା୪:ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅବିଭକ୍ତ କଟକ ଜିଲ୍ଲାର ପ୍ରଥମ ମହିଳା ତଥା ରାଜନଗରର ପ୍ରଥମ ବିଧାୟିକା ସରସ୍ୱତୀ ଦେବୀଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ସ୍ଥାନୀୟ ଗରାପୁର ଠାରେ ଅନୁଷ୍ଠିତ ହେଇ ଯାଇଛି। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ତାଙ୍କ ଡାକରାରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସରସ୍ୱତୀ ଦେବୀ ଜେଲ ଯାଇଥିଲେ। ନାରୀ ଶିକ୍ଷାର ପ୍ରସାର, ଦୁର୍ଗମ ଅଞ୍ଚଳକୁ ପାଦରେ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିବା, ଜଳକଷ୍ଟରୁ ରକ୍ଷା ପାଇଁ ସେତେବେଳେ ବ୍ୟାପକ ପୋଖରୀ ଖୋଳାଇବା, ଶିକ୍ଷାର ବିକାଶ ପାଇଁ ସ୍କୁଲ ବସାଇବା ପ୍ରଭୁତି ବହୁବିଦ୍ଧ ଉନ୍ନୟନ ମୂଳକ କାମ ହାତକୁ ନେଇଥିଲେ। ଗୋଟିଏ ଦୁସ୍ଥ ଓ ଅନୁନ୍ନତ ଅର୍ଥନୀତିକୁ ସଜାଡ଼ିବାରେ ତାଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ। ସରସ୍ୱତୀ ଦେବୀ ସ୍ମୃତି କମିଟି ପକ୍ଷରୁ ଆହୁତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ ସଭାପତିତ୍ୱ କରିଥିଲେ। ପ୍ରଥମେ ସରସ୍ୱତୀ ଦେବୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ପରେ ନିରବ ପ୍ରାର୍ଥନା କରାଯାଇଥିଲା। ସଭାରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସଭାପତି ଡ଼ଃ ଉପେନ୍ଦ୍ର ନାଥ ପ୍ରଧାନ , ସିପିଆଇ (ଏମ )ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନାଗରିକ ମଞ୍ଚ ଉପଦେଷ୍ଟା ଆଡ଼ ଭୋକେଟ ଅକ୍ଷୟ କୁମାର ମହାନ୍ତି, ସମ୍ପାଦକ ନରୋତ୍ତମ ଜେନା, ଜିଲ୍ଲା କରଣ ସମାଜ ସଭାପତି ସୁଧାଂଶୁ ରାୟ, ସମ୍ପାଦକ ଲୋହିତ କୁମାର ମହାନ୍ତି, ଡ଼ଃ ଚୈତନ୍ୟ ପରିଡା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ବୈଷ୍ଣବ ସ୍ୱାଇଁ,ମଧୁସୂଦନ ବାରିକ, ଧୀରେନ୍ଦ୍ର କୁମାର,ବେହେରା,ଅଶୋକ କୁମାର ମହାନ୍ତି, ଶରତ କୁମାର ରାଉତ,ନକୁଳ ଚନ୍ଦ୍ର ଦାସ,ବିଚିତ୍ର ମହାନ୍ତି, ଖିରୋଦ ମହାପାତ୍ର,ଗୋଲକ ଚନ୍ଦ୍ର ବାରିକ, ଦେବେନ୍ଦ୍ର ନାଥ ବସନ୍ତିଆ ପ୍ରମୁଖ ବକ୍ତବ୍ୟ ରଖି ଶ୍ରଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପୁତ୍ର ଡାକ୍ତର ରାମନାଥ ମହାନ୍ତି ଭୁବନେଶ୍ୱରରେ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାରୁ ପହଞ୍ଚି ନପାରି ଶୋକ ବାର୍ତ୍ତା ପଠାଇଥିଲେ। ଶେଷରେ ଶୈଳେନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Next Post

ପୁନର୍ବାସ ପକ୍ଷରୁ ବିଶ୍ୱ ଅଟିଜିମ୍ ଦିବସ ପାଳିତ

Sun Apr 5 , 2026
କେନ୍ଦ୍ରାପଡା ୩/୪: ଯୌଥ ପାରିବାରିକ ବ୍ୟବସ୍ଥା ବଦଳରେ ଏକକ ପରିବାରର ଆଦୃତି ଓ ଏହା ସହିତ କରୋନା ମହାମାରୀକାଳୀନ ସାମାଜିକ ବିଛିନ୍ନତା ପ୍ରଭୃତି ସମ୍ପ୍ରତି ଅଟିଜିମ ପରି ଏକ ସ୍ନାୟୁବିକାଶଗତ ବିଶୃଙ୍ଖଳତା ଦ୍ୱାରା ଶିଶୁମାନେ ବହୁ ଭାବରେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଏହିପରି ଏକ ବିକାଶଗତ ବିଲକ୍ଷଣ ଥିବା ଅଟିଜିମ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨ ତାରିଖକୁ ବିଶ୍ୱ ଅଟିଜିମ ସଚେତନତା ଦିବସରୂପେ […]