ପଟ୍ଟାମୁଣ୍ଡାଇ କଲେଜ ୧୯୯୩ ବ୍ୟlଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ



ପଟ୍ଟାମୁଣ୍ଡାଇ ୧୨/୪ ପଟ୍ଟାମୁଣ୍ଡାଇ କଲେଜର ୧୯୯୩ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ତଥା ଅଧ୍ୟାପକ ନୃସିଂହ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ କଲେଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ମୁଖ୍ୟଅତିଥି,ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ ରମେଶ କୁମାର ସାହୁ, କଲେଜ ଆଲୁମୋନି ଆସୋସିଏସନ୍ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଲେଜର ଗୌରବ ଓ ସୁନାମକୁ ଆଗେଇ ନେବା ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଏହି ବନ୍ଧୁମିଳନ ଉତ୍ସବରେ ତପନ ପାତ୍ର,ଯୋତ୍ରିମୟ ତ୍ରିପାଠୀ,କବି ଅନ୍ତର୍ଯ୍ୟାମୀ ବେଜ, ବିଶ୍ୱ ରଞ୍ଜନ ପାତ୍ର,ଶୁଭଦିପ ଗୁପ୍ତା, ବସନ୍ତ ନାୟକ, ପ୍ରସଂଜିତ ସାମନ୍ତରାୟ, ପ୍ରଶାନ୍ତ ମହାପାତ୍ର, , ମୃତ୍ୟୁଞ୍ଜୟ ପଣ୍ଡା, ତୁଳସୀ ଚୌଧୁରୀ, ବସନ୍ତ ମଞ୍ଜରୀ ଦାସ, ଅନିତା ମହାନ୍ତି, ରେଖାରାଣୀ କର, ପୁଷ୍ପା ସାହୁ, ଅରୁଣା ପାତ୍ର,ଭାରତୀ ନାୟକ ପ୍ରମୁଖ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ କଲେଜ ଜୀବନର ସ୍ମୃତି ଚାରଣ କରିଥିଲେ I ଶେଷରେ ଉପେନ୍ଦ୍ର କୁମାର ନାୟକ ଧନ୍ୟବାଦ ଦେଇଥିଲେ। ବନ୍ଧୁମିଳନ ଉତ୍ସବ ପରେ ପ୍ରଫୁଲ୍ଲ ଦାଶ ଓ ନିମାଇଁ ଦାଶଙ୍କ ସଂଯୋଜନାରେ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା।


Leave a Reply

Your email address will not be published. Required fields are marked *

KANIKA