କେନ୍ଦ୍ରାପଡାରେ ନାରୀ ଶକ୍ତି ବନ୍ଦନ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୌଠକ



କେନ୍ଦ୍ରାପଡ଼ା,୧୩ା୪:କେନ୍ଦ୍ରାପଡ଼ା ଜିଲ୍ଲାରେ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ଶୋଭାଯାତ୍ରା କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ନାରୀନେତ୍ରୀ ତଥା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମର ସଂଯୋଜିକା ଡ. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ନାରୀମାନଙ୍କ ଉଦ୍ଦେଶ୍ୟରେ ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଦେଇଥିବା ଉଦ୍‌ବୋଧନ କାର୍ଯ୍ୟକ୍ରମକୁ ମହିଳାମାନେ ଆଭାସୀ ମାଧ୍ୟମରେ ୨ ଘଣ୍ଟା ଧରି ଶୁଣିଥିଲେ। ଏଥିସହ ନାରୀ ଶକ୍ତି ବନ୍ଦନ ଦସ୍ତଖତ ଅଭିଯାନରେ ସାମିଲ ହୋଇ ମହିଳାମାନେ ନିଜସ୍ୱ ଦସ୍ତଖତ କରିଥିଲେ। ଏହି ଦସ୍ତଖତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ। ଆସନ୍ତା ୧୬ ତାରିଖରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଜନତାଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ହଜାର ହଜାର ସଂଖ୍ୟାରେ ମହିଳା ଶୋଭାଯାତ୍ରାରେ ସାମିଲ ହେବେ ବୋଲି ‘ନାରୀ ଶକ୍ତି ବନ୍ଦନ’ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ଡ. ଜେନା ପ୍ରକାଶ କରିଛନ୍ତି।


Next Post

ସିଏମ୍ ଟ୍ରଫ୍ ଆନ୍ତଃଜିଲ୍ଲା କବାଡି ଓ ଭଲିବଲ ଚାମ୍ପିଆନ୍ ଟ୍ରଫି୍ ଉଦଯାପିତ

Tue Apr 14 , 2026
କେନ୍ଦ୍ରାପଡା ତା.୧୨/୪ : ଆନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କବାଡି ଏବଂ ଭଲିବଲ୍ ୧୪ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ସି.ଏମ୍‌. ଟ୍ରଫି୍ ୨୦୨୬ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳର ଖେଳ ପଡିଆରେ ଉଦଯାପିତ ହୋଇଯାଇଅଛି । ଉକ୍ତ ପ୍ରତିଯୋଗିତା ଦୁଇଦିନ ଧରି ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁନାଥ ଆର୍ ଆୟାର ଯୋଗ ଦେଇଥିବା ବେଳେ […]