
କେନ୍ଦ୍ରାପଡା ତା.୧୨/୪ : ଆନ୍ତଃଜିଲ୍ଲା ୧୬ ବର୍ଷରୁ କମ୍ କବାଡି ଏବଂ ଭଲିବଲ୍ ୧୪ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ସି.ଏମ୍. ଟ୍ରଫି୍ ୨୦୨୬ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳର ଖେଳ ପଡିଆରେ ଉଦଯାପିତ ହୋଇଯାଇଅଛି । ଉକ୍ତ ପ୍ରତିଯୋଗିତା ଦୁଇଦିନ ଧରି ଆରମ୍ଭ ହୋଇ ଆଜି ଉଦ୍ଯାପିତ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁନାଥ ଆର୍ ଆୟାର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ନବକିଶୋର ଜେନା ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ବାଳକ ବିଭାଗର ୧୦ଟି ଭଲିବଲ କବାଡି ଦଳ ଯୋଗଦେଇଥିବା ସ୍ଥଳେ ୬ଟି ଭଲିବଲ୍ ଓ କବାଡି ଦଳ ବାଳିକା ବିଭାଗରେ ଯୋଗଦେଇଥିଲେ । ଆଜିର ଉଦଯାପନ ଦିବସରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଏବଂ ସମ୍ମାନୀତ ଅତିଥି ରୂପେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ଡି.ପି.ଓ ଶ୍ମିତା ପ୍ରତିଭା ସାହୁ ଉପସ୍ଥିତ ରହିଥିଲେ । ଉକ୍ତ ପ୍ରତିଯୋଗିତାରେ ଭଲିବଲ୍ ବାଳକ ବିଭାଗରେ ଗରଦପୁର ବ୍ଲକ୨-୦ ସେଟ୍ ରେ କୁରିଶିଆ ମହାକାଳପଡାକୁ ପରାସ୍ତ କରି ଚାମ୍ପିଆନ ଆଖ୍ୟା ଅର୍ଜନ କରିଥିବା ବେଳେ ବାଳିକା ବିଭାଗରେ ହରିହର ନନ୍ଦ ବାଳାଶ୍ରମ ୨-୦ ସେଟ୍ ରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ପରାସ୍ତ କରି ଚାମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ସେହିପରି କବାଡି ପ୍ରତିଯୋଗିତାରେ ବାଳକ ବିଭାଗରେ ହରିହର ନନ୍ଦ ବାଳାଶ୍ରମ ୩ ପଏଣ୍ଟ ବ୍ୟବଧାନରେ ଜେନିତ୍ ପବ୍ଲିକ ସ୍କୁଲ ବିଜୟୀ ହୋଇ ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବା ସ୍ଥଳେ ବାଳିକା ବିଭଅଗରେ ବେଳାରୁଗା, ଡେରାବିଶ୍ ୧୨ ପଏଣ୍ଟ ବ୍ୟବଧାନରେ ବେରୁଆ ସ୍ମୁଲକୁ ପରାସ୍ତ କରି ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଅଛି । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସଂପାଦକ ସୟଦ ଅକମଲ ଅଲ୍ଲି ଉପସ୍ଥିତ ରହି ଜିଲ୍ଲାର କ୍ରୀଡାବିତ୍ ମାନେ କିପରି ଜିଲ୍ଲାର କ୍ରୀଡା ଭିତ୍ତି ଭୂମି ଏବଂ କ୍ରୀଡା ବିକାଶ ହୋଇପାରିବ ସେଥି ନିମନ୍ତେ ସମସ୍ତ ସହଯୋଗ କାମନା କରିଥିଲେ । ଏହି ପ୍ରତିଯୋଗିତାରେ ସବୁ ବିଭାଗର ଖେଳାଳୀ ମାନଙ୍କୁ ଚୟନ କରାଯାଇ ଏକ ଟ୍ରେନିଙ୍ଗ ଶିବିର କରଯାଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଜିଲ୍ଲା ଦଳ ଚୟନ କରାଯିବା ପାଇଁ ସମସ୍ତ ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ । ଜିଲ୍ଲା କ୍ରୀଡା ସଂପାଦକ ଜ୍ୟୋର୍ତିମୟ ଦାସ ଉପସ୍ଥିତ କ୍ରୀଡା ସଂଗଠନ ଏବଂ ପ୍ରଶାସନିକ ଅଧିକାରୀ ଏବଂ ଖେଳ ପରିଚାଳା କରୁଥିବା ଶାରୀରିକ ଶିକ୍ଷା ଶିକ୍ଷକ ଏବଂ ସମସ୍ତ କ୍ରୀଡାବିତ୍ମାନଙ୍କୁ ସି.ଏମ୍ ଟ୍ରଫି୍ ସମ୍ପର୍ଣ୍ଣ କରିଥିବାରୁ ସମସ୍ତଙ୍କୁ ଜିଲ୍ଲା କ୍ରୀଡା ସଂଗଠନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଯାପନ ଦିବସରେ ଜାତୀୟ ପୂର୍ବତନ ଭଲିବଲ ଖେଳାଳୀ ସମସୁର ରେହମାନ ଏବଂ ପୂର୍ବତନ ଖେଳାଳୀ ମହମଦ ଅଜହର ଅଲ୍ଲୀ, ଦେବେନ୍ଦ୍ର କୁମାର ସାହୁ, ଦେବାଶିଷ ରଣା, ସସ୍ମିତା ପଣ୍ଡା, ସ୍ୱସ୍ତିକା ପଣ୍ଡା, ଶକ୍ତି ସ୍ୱରୂପ ସାହୁ, ମନୋଜ ଦାସ, ଏବଂ ଜିଲ୍ଲାର ବରିଷ୍ଠ ଶାରୀରିକ ଶିକ୍ଷକ ମାନେ ଖେଳପରିଚାଳନାରେ ସହଯୋଗ କରିଥିଲେ ।











