
କେନ୍ଦ୍ରାପଡ଼ା,୧୪ା୪:ଡକ୍ଟର ଆମ୍ବେଦକର ବିଚାରମଞ୍ଚ,କେନ୍ଦ୍ରାପଡା ପକ୍ଷରୁ ସମ୍ବିଧାନ ପ୍ରଣେତା ତଥା ଭାରତବର୍ଷର ପ୍ରଥମ ଆଇନମନ୍ତ୍ରୀ ପୁଣ୍ୟାତ୍ମା ବାବାସାହେବ ଡ. ଭୀମରାଓ ଆମ୍ବେଦକର ୧୩୨ତମ ଜନ୍ମ ଜୟନ୍ତୀ ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ସଭାପତିତ୍ୱରେ ଟାଉନହାଇସ୍କୁଲ ସନ୍ନିକଟରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତ ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା। ପ୍ରଫେସର ପରିଡା ସମ୍ବିଧାନର ଭାବ ଓ ଭାଷାର ଯଥାର୍ଥ ଅନୁପାଳନ କରିପାରିଲେ ଡ. ଆମ୍ବେଦକରଙ୍କ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ। ବିଚାରମଞ୍ଚର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଆମ୍ବେଦକରଙ୍କୁ ସମ୍ବିଧାନର ମୁଖ୍ୟ ସ୍ଥପତି ଅଭିହିତ କରିବାର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ସେ କେମିତି ଏକାକୀ ଚିଠା କମିଟିର ଗୁରୁଦାୟିତ୍ୱ ବହନ କରିଥିଲେ ଓ ସମ୍ବାଧାନ ପଣୟନସଭାରେ ଦୃଢତା,ଦକ୍ଷତା ଓ ବୁଦ୍ଧିମତାର ସହ ଚିଠା ବିଲ ପରିଚାଳନା କରିଥିଲେ ତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମଞ୍ଚର ସାଧାରଣ ସମ୍ପାଦକ ମୁକ୍ତାର ଖାଁ, ଚିତ୍ରସେନ ପରିଡା, ବସନ୍ତ ସେଠୀ, ଗଣେଶ ମଲିକ, ପ୍ରଫୁଲ୍ଲ ଦାସ, ପ୍ରଶାନ୍ତ ଜେନା, ଓମପ୍ରକାଶ ମହାପାତ୍ର, ରଞ୍ଜିତ ସ୍ୱାଇଁ, ସରୋଜରାଜ ସିଂ, ନିରଞ୍ଜନ ମେକାପ, ଫକୀର ଚରଣ ଖଟୁଆ, ପ୍ରଦିପ ଜେନା, ହରିଶ ନାୟକ, ଆଲୋକ ସାହୁ, ଜଗତଜୀବନ ଦାଶ, ଦୁର୍ଯ୍ୟୋଧନ ସାହୁ, ଚିନ୍ମୟ ବେହୁରା, ଶିବପ୍ରସାଦ ଭଳ, ଧିରେନ ସାହୁ, ରାଜୀବ ପାତ୍ର, ଆକବର ଅଲ୍ଲୀ, ସଞଋ୍ଜୟ ଜେନା, ଗୟାଧି ଧଳ, ଆଦିକନ୍ଦ ରାଉଳ, ମାଧବ ଦାସ, ଅକ୍ରୁର ରାଉତ, ହୃଶିକେଶ ବେହେରା, ସୟଦ ଇସମାଇଲ ହୋସେନ, ଡ. ଚୈତନ୍ୟ ପରିଡା, ଅଜୟ ସାମଲ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।











