
କେନ୍ଦ୍ରାପଡ଼ା,୮ା୭:କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଗାଁସାଥୀ(ମେଟ)ମାନଙ୍କୁ ବର୍ଷ ବର୍ଷ ଧରି ବକେୟା ପାରିଶ୍ରମିକ ପ୍ରଦାନ କରାଯାଇନଥିବା ଯୋଗୁଁ ସେମାନେ ବହୁ ଦୁର୍ଦ୍ଦିନ ଭିତର ଦେଇ କାଳାତିପାତ କରୁଛନ୍ତି। ତେଣୁ ସେମାନଙ୍କ ବକେୟା ପାରିଶ୍ରମିକ ତୁରନ୍ତ ପ୍ରଦାନ କରାଯିବାକୁ ଗାଁସାଥୀ(ମେଟ) ମହାସଙ୍ଘ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦୀର୍ଘ ୪ବର୍ଷ ଧରି ଗାଁସାଥୀମାନଙ୍କର ବକେୟା ପାରିଶ୍ରମିକ ପ୍ରଦାନ କରାଯାଉନାହିଁ। ଫଳରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅର୍ଥାଭାବରୁ ସେମାନେ ପରିବାର ପ୍ରତିପୋଷଣ, ଅସୁସ୍ଥ ପରିବାର ପରିଜନଙ୍କୁ ଚିକିତ୍ସାସେବା ଯୋଗାଇଦେବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରୁନାହାନ୍ତି। ତେଣୁ ସେମାନଙ୍କୁ ଯଥାଶୀଘ୍ର ବକେୟା ପ୍ରାପ୍ୟ ଯୋଗାଇଦେବାକୁ ମହାସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ଅନିଲ କୁମାର ଜେନା, ସମ୍ପ।।ଦକ ବିଜୟ କୁମାର ବେହେରା, କେନ୍ଦ୍ରାପଡା ବ୍ଲକ ସଭାପତି ପ୍ରଶାନ୍ତ ଦାସ, ଗରଦପୁର ସଭାପତି ପରମାନନ୍ଦ ବିଶ୍ୱାଳ, ଅୟସକାନ୍ତ ନାୟକ, ପ୍ରିତିନନ୍ଦା ଦାସ, ଯମୁନା ରାଉତ, ସୁଜାତା ପରିଡା, କୈଳାସ ନାୟକ, ବରଦାକାନ୍ତ ପାତ୍ର, ମମତା ନାୟକ, ଲତିକା ରାଉତଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply