ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ୮୨ତମ ଅଧିବେଶନ



କେନ୍ଦ୍ରାପଡା୧୦ା୭: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ୮୨ତମ ଅଧିବେଶନ ଗୋପସ୍ଥିତ ରାମ ମନ୍ଦିର ପରିସରରେ ସଭାପତି ଡ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଅଛି । ସଭା ଆରମ୍ଭରେ ସଂପାଦକ କରୁଣାକର ଦାସ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ପୂର୍ବ ସଭାର ବିବରଣୀ ପାଠକରିଥିଲେ । ସଂଘର ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ ପରିବେଶର ସୁରକ୍ଷା ନିମନ୍ତେ ବ୍ୟାପକ ବୃକ୍ଷରୋପଣ ନିମନ୍ତେ ପ୍ରସ୍ତାବ ଆଗତ କରିଥିଲେ । ଉକ୍ତ ପ୍ରସ୍ତାବଟି ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି ଡ. ଦିଲ୍ଲୀପ କୁମାର ମିଶ୍ର ଚଳିତ ୨୦୨୬ ମସିହାରେ ବନମହୋତ୍ସବର ପ୍ରସଙ୍ଗ ଉପସ୍ଥାପନ କରି କହିଲେ ଯେ “ଗଛଲଗାଅ, ପୃଥିବୀ ବଞ୍ଚାଅ” । ପିଲାମାନଙ୍କ ଜନ୍ମଦିନରେ ମା’ଙ୍କ ନାମରେ ପ୍ରତିବର୍ଷ ଚାରାଟିଏ ରୋପଣ କରି ତା’ର ପୋଷଣ କରିବାକୁ ସଂଘର ବାର୍ତ୍ତା ସଂପାଦକ ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଆହ୍ୱାନ ଦେଇଥିଲେ । ଚାଷର ସୁବିଧା ନିମନ୍ତେ କେନାଲରେ ପାଣି ଛାଡିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ଭେଟିବା ପାଇଁ ପ୍ରସ୍ତାବ ରଖିଥିଲେ ସଂଗଠନ ସଂପାଦକ ବୈଷ୍ଣବ ଚରଣ ସ୍ୱାଇଁ । ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା ଓ ଏକ ଟିମ ଗଠନ କରାଯାଇ ଜଳସେଚନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ଭେଟିବା ପାଇଁ ସ୍ଥିର କରାଗଲା । ବାରମ୍ବାର ବିଦ୍ୟୁତ କାଟରୁ ବିରତ ରହିବା ପାଇଁ ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବା ପାଇଁ ମଧ୍ୟ ସ୍ଥିରକରାଗଲା । ଉକ୍ତ ଅଧିବେଶନରେ ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡା, ସାଂସ୍କୃତିକ ସଂପାଦକ ମଧୁସୂଦନ ବାରିକ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ସାହୁ, ଶରତ କୁମାର ରାଉତ, ଭାସ୍କର ଚନ୍ଦ୍ର ଦାସ, ଧୀରେନ କୁମାର ବେହେରା, ପ୍ରବୀର କୁମାର ପତି, କୃଷ୍ଣ ଚନ୍ଦ୍ର ଜେନା, ଦୟାନିଧିପାତ୍ର ଉପସ୍ଥିତ ରହି ସ୍ୱମତ ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦକ ଶ୍ରୀନିବାସ ପରିଡା ସମସ୍ତଙ୍କୁ ରଥଯାତ୍ରାର ଶୁଭେଚ୍ଛା ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।


Be the first to comment

Leave a Reply

Your email address will not be published.