

କେନ୍ଦ୍ରାପଡା ୧୦/୭ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ହୋଇଥିବା ଏକ ମଦଦୋକାନକୁ ବିରୋଧ କରି ଦୋକାନ ଆଗରେ ଧାରଣାରେ ବସିଲେ ମହିଳା । ଜମଧର ଗ୍ରାମପଞ୍ଚାୟତ ସରପଞ୍ଚ ରାଜକିଶୋର ଖୁଣ୍ଟିଆଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ଦୋକାନ ଆଗରେ ଧାରଣା ରେ ବସିବା ସହ ନାରାବାଜି କରିଥିଲେ । ନୂଆକରି ଲାଇସେନ୍ସ ପାଇଥିବା ଏହି ଦୋକାନ ଧାର୍ଯ୍ୟ ସ୍ଥାନରେ ନହୋଇ ଗଜଲଷ୍ମୀ ପୂଜା ଘର ନିକଟରେ କରାଯାଇଛି । ଅନ୍ୟପକ୍ଷରେ ଦୁହୁରିଆ ଫାଣ୍ଡିର ଠିକ୍ ପଛ ପଟରେ ରହିଛି ଏହି ମଦଦୋକାନ । କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଓ ୫୩ ନମ୍ୱର୍ ଜାତୀୟ ରାଜପଥକୁ ଲାଗିକରି ରହିଛି ଏହି ମଦଦୋକାନ । ଏହା ସମସ୍ତ ଆଇନକୁ ଉଲ୍ଲଂଘନ କରି ଖୋଲା ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ଏହା ପାଣ୍ଡିରି ଗାଁ ର ପ୍ରବେଶ ପଥରେ ଏହି ଦୋକାନ ହେବା ଦ୍ୱାରା ଗାଁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ମଦ୍ୟପମାନେ ମଦ ଜିଣିନେଇ ପାଣ୍ଡିରି ଗାଁ ର ପ୍ରବେଶ ଦ୍ୱାରରେ ଥିବା କଲଭର୍ଟ ଉପରେ ବସି ଦିନ ଦିପହରରେ ବସି ମଦ୍ୟପାନ କରୁଛନ୍ତି ଅଶିଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହା ଫଳରେ ଏହି ରାସ୍ତା ଦେଇ ଏହି ଗ୍ରାମର ସ୍କୁଲ ପିଲା, ଗ୍ରାମବାସୀମାନେ ଯାତାୟତ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି । ତେବେ ଏ ନେଇ ସରପଞ୍ଚ ରାଜକିଶୋର ଖୁଣ୍ଟିଆ ଏବ୍ଂ ପଞ୍ଚାୟତ ବାସୀ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରିଛନ୍ତି । ଏମିତିକି ଅବକାରୀ ବିଭାଗ ପାଖରେ ମଧ୍ୟ ଅଭିଯୋଗ କରାଯାଇଛି । କିନ୍ତୁ କେହି କର୍ଣ୍ଣପାତ କରୁନାହାଁନ୍ତି ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।

Leave a Reply