ଶ୍ରୀରାମପୁର ଆଧ୍ୟାତ୍ମିକ ସମାଜକୁ ତାରାମଣୀ ସାମନ୍ତରାୟଙ୍କ ଅବଦାନ ଅବିସ୍ମରଣୀୟ



ପଟ୍ଟାମୁଣ୍ଡାଇ ତା ୧୨/୭-ଶ୍ରୀରାମ ପୁର ଆଧ୍ୟାତ୍ମିକ ସମାଜକୁ ଦିବଙ୍ଗତା ମୟୀୟସୀ ମହିଳା ତାରାମଣୀ ସାମନ୍ତରାୟଙ୍କ ଅବଦାନ ଚୀର କାଳ ଅବିସ୍ମରଣୀୟ ହୋଇ ରହିବ ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସମାଜସେବୀ ତଥା ୫ଥର ସରପଞ୍ଚ ଉମାନାଥ ସାମନ୍ତରାୟଙ୍କ ଧର୍ମପତ୍ନୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ମାତା ମୟୀୟସୀ ତାରାମଣୀ ସାମନ୍ତରାୟଙ୍କ ଏକାଦଶାହ ଅବସରରେ ଶ୍ରୀରାମପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି I ସମବାୟ ବ୍ୟାଙ୍କ ପୂର୍ବତନ ପରିଚାଳକ କ୍ଷୀରୋଦ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ କିଶୋର ତରାଇ, ଅଂଶୁମାନ ମହାନ୍ତି,ଡ଼ ଅଲେଖ ଜେନା ଜିଲ୍ଲା ପରିଷଦ ଅଧକ୍ଷ ଲିଲିତା ଦାସ ରାଜନଗର ବିଜେପି ନେତା ଲଳିତ ବେହେରା, ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ମହାକାଳପଡା ବ୍ଲକ ଅଧକ୍ଷା ମୀରାରାଣୀ ମହାନ୍ତି,ମାର୍ଶାଘାଇ ବ୍ଲକ ଅଧକ୍ଷା ମଧୁସ୍ମିତା ସାମଲ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ, ରାଜ୍ୟ ବିଜେଡି ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ଶ୍ରୀରାମ ଫାଉଣ୍ଡେସନ ଅଧକ୍ଷ ଉତ୍ତମ ଖୁଣ୍ଟିଆ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ ଜ୍ୟୋତିର୍ମୟୀ ବେହେରା ଓ ରଶ୍ମି ମଲିକ ସରପଞ୍ଚ ସଂଘ ସଭାନେତ୍ରୀ ଲଷ୍ମୀପ୍ରିୟା ଷଢଙ୍ଗୀ, ସମିତି ସଭ୍ୟ ସଂଘ ସଭାପତି ଅଭୟ ସ୍ୱାଇଁ, ଯୁବ ନେତା ମିଟୁ ମନୋଜ ନାୟକ ସମାଜସେବୀ ଶଶିକାନ୍ତ ପଣ୍ଡା, ଯୁବ ସମାଜସେବୀ ସଂଗ୍ରାମ ସ୍ୱାଇଁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଉଚ୍ଚପଦସ୍ଥ ସରକାରୀ ପଦାଧିକାରୀ ଓ ବିଭିନ୍ନ ପଂଚାୟତର ସରପଞ୍ଚ ଓ ସମିତି ସଭ୍ୟ ସମାଜସେବୀ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇ ଦିବଂଗତ ମୟୀୟସୀ ମହିଳା ଶ୍ରୀମତୀ ସାମନ୍ତରାୟଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଏଇ ଅବସରରେ ପ୍ରସିଦ୍ଧ କଣ୍ଠ ଶିଳ୍ପୀକୁ ନେଇ ଭଜନ ସମାରୋହ ଆୟୋଜନ କରାଯାଇଥିଲା Iଶେଷରେ ନିରୋଦ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ପ୍ରମୋଦ ସାମନ୍ତରାୟ ସରୋଜ ସାମନ୍ତରାୟ, ପ୍ରସନ୍ନ ସାମନ୍ତରାୟ, ସଂଗ୍ରାମ ସ୍ୱାଇଁ ଶଶିକାନ୍ତ ପଣ୍ଡା ପ୍ରେମାନନ୍ଦ ସେଠୀ ଓ ପ୍ରତାପ ସେଠୀ ପ୍ରମୁଖ ପରିଚାଳନା କରିଥିଲେ I


Be the first to comment

Leave a Reply

Your email address will not be published.