

ପଟ୍ଟାମଣ୍ଡାଇ ୧୩/୭ – ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ଦକ୍ଷିଣଦିଆ ବୃନ୍ଦାବନ ନିବାସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଧ୍ରୁବ-ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ କ୍ୟାପଟେନ ମନୋଜ ପରିଡା,ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ ପାତ୍ର, ମହିଳା କଲେଜ ଅଧ୍ୟକ୍ଷ ଶ୍ରୀଧର ବେହେରା, ପ୍ରଧ୍ୟାପକ ରବୀନ୍ଦ୍ର ପଣ୍ଡା ଅଧ୍ୟାପକ ରଞ୍ଜନ ଗାହାଣ, ଅରବିନ୍ଦ ପାଣ୍ଡବ, ରଞ୍ଜନ ବେହୁର. ପ୍ରଦ୍ୟୁମ୍ନ ପ୍ରଧାନ, ବିକାଶ ପରିଷଦ ସଂପାଦକ ଗୋପୀନାଥ ତ୍ରିପାଠୀ, ସନାତନ ବିଶ୍ୱାଳ ସମାଜସେବୀ ପ୍ରମୋଦ ସାହୁ, ଶିକ୍ଷାବିତ ପରୀକ୍ଷିତ ରାୟ, ଡ ନାରାୟଣ ଜେନା, ଇଂ ଅନିଲ ନାୟକ ଅଧ୍ୟାପକ ମାନସ ନାୟକ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ନାୟକ, କବି ଦେବାଶିଷ ପ୍ରଧାନ, ବରିଷ୍ଠ ନାଗରିକ ବିଜୟ ନାୟକ ପ୍ରମୁଖ ଯୋଗ ଦେଇ ଦିବଂଗତ ପ୍ରଫେସର ନାୟକଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ ଅଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ । ଧ୍ରୁବ-ଅନ୍ନପୂର୍ଣ୍ଣା କଳା ପରିଷଦ କଳାକାରମାନେ ଭଜନ ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଶୋକ ନାୟକ ଇଂ ଅନିଲ ନାୟକ, ଅଭୟ ନାୟକ, ଅମର ନାୟକ, ଅମିତାଭ ନାୟକ ଅରବିନ୍ଦ ନାୟକ, ଅଜୟ ନାୟକ ଅରୁଣ ନାୟକ, ଅବିନାଶ ନାୟକ ଲକି ନାୟକ,ସ୍ୱାତୀ ନାୟକ ସୋମ୍ୟଶ୍ରୀ ନାୟକ, ଇଂ ନରେଶ ଜେନା ଓ ଇଂ ବାପି ରାୟ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply