ପଟ୍ଟାମୁଣ୍ଡାଇରେ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ



ପଟ୍ଟାମୁଣ୍ଡାଇ ତା ୧୬/୭- ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ମୁଖ୍ୟ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି ।  ପ୍ରତ୍ୟୁଷରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ମା ସୁଭଦ୍ରାଙ୍କର ଯଥାଵିଧି ପୂଜା ଅର୍ଚନା କରିଥିଲେ ।  ବକ୍ତାରପୁର ମାଉସୀ ମା ମନ୍ଦିର ସଦସ୍ୟମାନେ ସଭାପତି ପ୍ରଫେସର ଅର୍ଜୁନ ନାୟକଙ୍କ ନେତୃତ୍ୱରେ ଵିଧିମୁତାବକ ପତିତପାବନ ମନ୍ଦିର ଆସି ରଥଯାତ୍ରାରେ ଯିବା ପାଇଁ ନିମନ୍ତ୍ରଣ କରିଥିଲେ ।  ବ୍ରାହ୍ମଣ ପଣ୍ଡିତମାନେ ମନ୍ତ୍ର ଧ୍ଵନି ମଧ୍ୟରେ ପହଣ୍ଡି ବିଜେ କରିବା ପରେ ସୁସଜ୍ଜିତ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଭୁ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା ।  ହରପାର୍ବତୀ ମନ୍ଦିରରୁ ମୁଖ୍ୟ ପୂଜକ କାଉନ ସିଲର ମୃତ୍ୟୁଞ୍ଜୟ ପାଢ଼ୀଙ୍କ ତତ୍ୱାବଧାନରେ ଆଜ୍ଞ । ମାଳ ଆସିବା ପରେ ରଥ ଯାତ୍ରା ପାଇଁ ଵିଧିବଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।  ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ଇଂ ପ୍ରକାଶ କୁମାର ଦାଶ ପ୍ରଭୁଙ୍କ ରଥ ସମ୍ମୁଖରେ ଛେରା ପଂହଁରା କରିଥିବାବେଳେ ସମ୍ପାଦକ ନରହରି ଲେଙ୍କା, ଇଂ ତ୍ରିଲୋଚନ ସୂତାର, ଶୁକଦେବ ସ୍ୱାଇଁ, ଇଶ୍ୱର ଲେଙ୍କା ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ବିଜୟ ମହାନ୍ତି ଦଇତାପତି ସଂଘ ସଭାପତି ସୁଶୀଲ ପାଠୀ ପ୍ରମୁଖ ବହୁ ସଦସ୍ୟ ସହଯୋଗ କରି ରଥ ଯାତ୍ରା ଯଥାଵିଧି ଆରମ୍ଭ କରିଥିଲେ ।  ରଥ ଟଣା ହେବା ପୂର୍ବରୁ ରଥାରୁଢ଼ ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରାଙ୍କୁ ରଥ ଉପରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ , ସମାଜସେବୀ ବୁଢା ଲେଙ୍କା, କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ପ୍ରମୁଖ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଉତ୍ସାହିତ କରିଥିଲେ ।  ପତିତପାବନଙ୍କ ରଥ ଯାତ୍ରା ପାଇଁ ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳ ଉତ୍ସବମୁଖର ହୋଇପଡିଥିଲା ।

ଏହି ରଥଯାତ୍ରାରେ ପଟ୍ଟାମୁଣ୍ଡାଇ ସମେତ ଆଖପାଖ ଅଂଚଳର ହଜାର ହଜାର ପୁରୁଷ ମହିଳା ସାମିଲ ହୋଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ରଥ ଟାଣି ଥିଲେ ।  ରଥ ଦଉଡି ସ୍ପର୍ଶ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ରୀତିମତ ଠେଲାପେଲା ହୋଇଥିଲା ।  ପତିତପାବନଙ୍କ ରଥ ଯାତ୍ରା ପାଇଁ ରଥ ଦାଣ୍ଡ ଲୋକାରଣ୍ୟ ହୋଇପଡିଥିଲା ।  ହଜାର ହଜାର ପୁରୁଷ ଓ ମହିଳାମାନେ ପ୍ରଭୁଙ୍କ ରଥକୁ ଟାଣି ଟାଣି ବକ୍ତାରପୁର ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ।  ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, ସବ ଇନିସପେକ୍ଟର କୈଳାଶ ପରିଡା ପୋଲିସ ବାହିନୀ ସହିତ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।  ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ସିଦ୍ଧପାଟଣା ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଯଥାଵିଧି ଅନୁଷ୍ଠିତ ହୋଇଥିଲା ।  ଯଥାଵିଧି ପୂଜାର୍ଚନା ଓ ପହଣ୍ଡି ବିଜେ ପରେ ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ସୁସଜ୍ଜିତ ରଥରେ ରଥାରୁଢ଼ କରାଯାଇଥିଲା ।  ଯଥା ଵିଧି ଛେରା ପଂହଁରା ପରେ ରଥ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ରଥ ଉପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଭୁଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ ।  ସିଦ୍ଧପାଟଣାରୁ ହଜାର ହଜାର ପୁରୁଷ ଓ ମହିଳା ରଥ ଟାଣି ଟାଣି କଷଣଅଣ୍ଟା ଗ୍ରୀନ ଗୋଲା ଛକ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ।  ସେହିପରି ଅମୃତମଣୋହି,ଅଳପୁଆ, ପେଣ୍ଠ ପାଳ ବଲୁରିଆ ତରଡ଼ିପାଳ ତନୁପୁର, ମାଳିପୁର, ବଡ଼ପଡା, ନୀଳକଣ୍ଠପୁର ଆଦି ବିଭିନ୍ନ ଅଂଚଳରେ ପବିତ୍ର ରଥ ଯାତ୍ରା ମହାସମାରୋହରେ ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । 


Be the first to comment

Leave a Reply

Your email address will not be published.