ବିପ୍ଲବୀ ଆନନ୍ଦ ଚନ୍ଦ୍ରଙ୍କ ୧୪୨ତମ ଜୟନ୍ତୀ ପାଳିତ



କେନ୍ଦ୍ରାପଡ଼ା,୧୮ା୭:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀ ଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଶୁକ୍ରବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଭଳି ଜଣେ ମହାନ ସଂଗ୍ରାମୀ ସାରା ରାଜ୍ୟରେ ବିରଳ ବୋଲି କହିଥିଲେ। ମହାତ୍ମାଗାନ୍ଧୀଙ୍କ ସାବରମତି ଆଶ୍ରମର ପ୍ରଥମ ଓଡିଆ ଛାତ୍ର, କନିକା ପ୍ରଜା ଆନ୍ଦୋଳନର କର୍ଣ୍ଣଧାର ତଥା ଦୁଖିନୀ କନିକାର ରଚୟିତା ସ୍ୱର୍ଗତ ଜେନାଙ୍କ ସ୍ୱାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ରହିଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀ ବେହେରା କହିଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟର ଯୋଗଦେଇ ସଂଗ୍ରାମୀ ଜେନାଙ୍କ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ବିଷ୍ଣୁଦେବ ଜେନା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ପୈାରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଯୋଗଦେଇ ବିପ୍ଳବୀ ଜେନା ଜଣେ ମହାନ ସଂଗ୍ରାମୀ ଥିଲେ ବୋଲି କହିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ସିଡିଏମଓ ଡା. ନମିତା ପଟ୍ଟନାୟକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ପୈାରନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ମୁଖ୍ୟ ଉପଦେଷ୍ଟା କରୁଣାକର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିବପ୍ରସାଦ ଭଳ, ଶିକ୍ଷାବିତ କାଶିନାଥ ରାଉତରାୟ, ସ୍ମୃତି କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଂଯୋଜକ ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବକ୍ତବ୍ୟ ରଖିଥିଲେ। ତୁଳସୀ ମହିଳା ମହାବିଦ୍ୟାଳୟ ଛକରେ ଥିବା ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତିରେ କାଉନସିଲର ନିରାକାର ସ୍ୱାଇଁ, ପ୍ରକାଶ ପରିଡା, ଗୋଲଖ ପରିଡା, ପୂର୍ବତନ ଅଧ୍ୟକ୍ଷ ମଥୁରୀ ଚରଣ ନାୟକ ଓ କଲେଜ ଅଧ୍ୟକ୍ଷା ଡ.ବାସନ୍ତୀ ଶୁକ୍ଳାଙ୍କ ସମେତ କଲେଜ ଛାତ୍ରୀମାନଙ୍କ ଉପସ୍ଥିତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଂଯୋଜକ ପୂର୍ବତନ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଉପସଭାପତି ଧିରେନ୍ଦ୍ର ଦାସ, ସହସମ୍ପାଦକ ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ଆଶିଷ ସେନାପତି, ଶୁଭ୍ରାଂଶୁ ଦାସ, କୁମର ଚନ୍ଦ୍ର ବାଇ, ପ୍ରଶନ୍ନ କୁମାର ବେହେରା, ନିରଞ୍ଜନ ବଳ, ଶେଷଦେବ ପ୍ରସାଦ ଦାସ, ଅଜୟ ସାମଲ, ମୀର ଆଲାମ,ସମ୍ବିତ ଶ୍ରୀଚନ୍ଦନ, ଅର୍ନ୍ତଯାମୀ ବେଜ, ଧରଣୀଧର ଭୂୟାଁ, ଅଭୟ କୁମାର ଦାସ, ଗୋପାଳ ଦାସ, କାଉନସିଲର ସେକ ଅସଲମ ଓ ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


Be the first to comment

Leave a Reply

Your email address will not be published.