ଶ୍ରୀ ସିଦ୍ଧବଳଦେବଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିଯୋଗିତା

BALADEBJEW SANSKRUTIKA PARISADA PAKSHYARU PRATIJOGITA - 1 (1)


କେନ୍ଦ୍ରାପଡ଼ା,୨୩ା୮:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳନ ଉପଲକ୍ଷେ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପ୍ରତିଯୋଗିତା ଯଥା ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ବଳଦେବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନିମ୍ନମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୭ତାରିଖ ରେ ଶ୍ରୀବଳଦେବଜୀଉଙ୍କ ଜନ୍ମଦିବସ ଓ ରସାବଳୀ ଦିବସ ପାଳନ ଉତ୍ସବରେ ଇଛାପୁରସ୍ଥିତ ଯାତ୍ରୀନିବାସରେ ପୁରସ୍କୃତ କରାଯିବ। ସେହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପାଳ ରଘୁରାମ ଆର. ଆୟର, ପ୍ରାକ୍ତନ ପାଣିପାଗ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଆଇ.ଏ.ଏସ. ଅଲେଖ ଚନ୍ଦ୍ର ପଢିଆରୀ, ଡ. ହରିହର କାନୁନଗୋ, ପ୍ରାକ୍ତନ ଅଧ୍ୟକ୍ଷ ଡ. ବଳରାମ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ରାଜେଶ ମହାନ୍ତି, ଉପସଭାପତି ଆଶିଷ ମେକାପ ଓ ଜାନକୀବଲ୍ଲଭ ସାମନ୍ତରାୟ, ସମ୍ପାଦକ ଉମାଶଙ୍କର ଜେନା, କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, କୋଷାଧ୍ୟକ୍ଷ ଗୋଲଖ ଚନ୍ଦ୍ର ପଢିଆରୀଙ୍କ ସମେତ ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।