ଧର୍ନୁଜୟ ବିଶ୍ୱାଳ ଚାରିଟବେୁଲ ଟ୍ରଷ୍ଟ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

DHANURJAYA BISWAL CHARITABLE TRUST PAKSHYARU RELIEF SAHAYATA (1)


କେନ୍ଦ୍ରାପଡ଼ା,୨୩ା୮:କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ବନ୍ୟା ପ୍ରପିଡିତ ଧୋୟାଞ୍ଚଳରେ ଜନସାଧାରଣଙ୍କୁ ଧନୁର୍ଜୟ ବିଶ୍ୱାଳ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଭଗବାନ ବିଶ୍ୱାଳଙ୍କ ସହିତ କେତେକ ସ୍ୱେଛାସେବୀ ବନ୍ୟାଞ୍ଚଳକୁ ଯାଇ ଘାଗରାଡ଼ିଆ, ତରଡ଼ିପାଳ ଓ ତୁଳସୀଡ଼ିଆ ହରିଜନ ସାହିରେ ଅଟା, ସୁଜି, ଚୁଡା ଓ ବିସ୍କୁଟ ପ୍ରଭୃତି ଥିବା ପ୍ୟାକେଟ ଗୁଡିକୁ ବନ୍ୟାପ୍ରପିଡିତ ଲୋକମାନଙ୍କୁ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଘାଗରା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନାରାୟଣ ଚନ୍ଦ୍ର ପରିଡା,୧୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶିନୀ ତରାଇ, ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ, ରମେଶ ଚନ୍ଦ୍ର ବାରିକ, ବୁଧେଶ୍ୱର ପାତ୍ର, ନୃସିଂହ ଚରଣ ପରିଡା, ସୁରେନ୍ଦ୍ର ଗିରି, ଅରୂପାନନ୍ଦ ବିଶ୍ୱାଳ, ଅଶୋକ ବିଶ୍ୱାଳ, ଗିରିଶ ବିଶ୍ୱାଳ ଓ ସମିତିସଭ୍ୟ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ଏହି ରିଲିଫ ବଣ୍ଟନରେ ସହାୟତା କରିଥିଲେ।