ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ



କେନ୍ଦ୍ରାପଡା ୨୩/୮ : ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ବେଦାନ୍ତ କେଶରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ସ୍ଥାନୀୟ ଗୋପ ସ୍ଥିତ ରାମ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଉପସ୍ଥିତ ସଦସ୍ୟମାନେ ସ୍ୱାମୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍‌ଯ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବାବା ଗୁରୁକୃଷ୍ଣ ଦାସ ଅତିଥି ଭାବେ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ତ୍ୟାଗ ଓ ବଳିଦାନ ଯୁଗଯୁଗ ପାଇଁ ହିନ୍ଦୁ ସମାଜକୁ ସ୍ୱଧର୍ମ ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ରବି ନାରାୟଣ ପତି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ବେଦ ବେଦାନ୍ତର ଜଣେ ବିଦ୍ୱାନ ବୋଲି ଅବିହିତ କରିବା ସହ ତାଙ୍କ ସ୍ମୃତି ରକ୍ଷା ପାଇଁ ହିନ୍ଦୁ ସମାଜ ଏକତ୍ରିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ରଞ୍ଜନ ନାୟକ, ଅଞ୍ଜନ କୁମାର ଶତପଥୀ, ସୁଶାନ୍ତ ନାୟକ, ବଳରାମ ବେହେରା, ପଙ୍କଜ ସିହ୍ନା, ଜ୍ଞାନରଞ୍ଜନ ଦାସ, ରଶ୍ମିରଞ୍ଜନ ସ୍ୱାଇଁ, ନିରଞ୍ଜନ ମହାରଣା, ଲକ୍ଷ୍ମୀକାନ୍ତ ନାୟକ, ରିନାରାଣୀ ଦାସ ପ୍ରମୁଖ ଯୋଗଦେଇଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା । ଶେଷରେ ବିରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Be the first to comment

Leave a Reply

Your email address will not be published.