କେନ୍ଦ୍ରାପଡ଼ାରେ ଶ୍ରୀ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥ,


କେନ୍ଦ୍ରାପଡ଼ା,୧/୯: ସାରା ଭାରତ ବର୍ଷରେ ଧର୍ମ,ଶାନ୍ତି ଓ ପ୍ରେମର ବାର୍ଭା ବାଣ୍ଟୁଥିବା “ଶ୍ରୀ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥ” କେନ୍ଦ୍ରାପଡ଼ା ମାଟିରେ ପହଞ୍ଚଥିଲା । ଏକ ଆଧ୍ୟାତ୍ମିକ ଓ ଭକ୍ତିମ ୟ ପରିବେଶ ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ପୌରପ ରିଷଦ ଅନ୍ତର୍ଗତ ମିରପାଟଣାସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ଏବଂ ସାଇ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରଥକୁ ଏକ ଭବ୍ୟ ସମ୍ବଦ୍ଧନା ଦିଆଯାଇଛି। ସହସ୍ରାବ୍ଦୀ ଜନ୍ମ ଶତବାର୍ଷିକୀ ଓ ରଥ ଯାତ୍ରାର ପୃଷ୍ଠଭୂମିଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଐତିହାସିକ ୧୦୦ତମ ଜନ୍ମ ଶତବାର୍ଷିକୀ ମହୋତ୍ସବ ଉପଲକ୍ଷେ ଶ୍ରୀ ସତ୍ୟସାଇ କେନ୍ଦ୍ରୀୟ ନ୍ୟାସ(ପୁଟପତ୍ନୀ) ପକ୍ଷରୁ ସମଗ୍ର ଭାରତବର୍ଷରେ ୫ଟି ପବିତ୍ର ରଥ ପରିକ୍ରମାର ସଂକଳ୍ପ ନିଆଯାଇଛି। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ପ୍ରାନ୍ତିରେ ଭକ୍ତିମାନଙ୍କୁ ସଂଯୋଗ କରିବା ପାଇଁ ଗତ ୨୫ ଅପ୍ରିଲ ୨୦୨୫ (ପବିତ୍ର ମହାସମାଧୂ ଦିବସ)ରୁ ପୁଟପତ୍ତୀ ସ୍ଥିତ ପ୍ରଶାନ୍ତି ନିଲାୟମରୁ ଏହି ଯାତ୍ରା ଶୁଭାରମ୍ଭ ହୋଇଥିଲା। ଓଡ଼ିଶା ମାଟିର ପରମ ସୌଭାଗ୍ୟ ଯେ, ଗତ୨୯ ଜୁଲାଇ୨୦୨୬ (ପବିତ୍ର ଗୁରୁ ପୂର୍ଣ୍ଣିମା)ତିଥିରେ ଝାଡ଼ଖଣ୍ଡ ସୀମାନ୍ତି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସମିତି ଦ୍ୱାରା ଏହି ରଥକୁ ଆନନ୍ଦଉଲ୍ଲାସ ମଧ୍ୟରେ ସ୍ୱାଗତ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଏବଂ ଉପକୂଳ ଓଡ଼ିଶାର କଟକ ଓ ଯାଜପୁର ଜିଲ୍ଲା ଅତିକ୍ରମ କରିବା ପରେ ଅଗଷ୍ଟ ୩୦ ତାରିଖରେ ଏହି ରଥ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ସମିତିରେ ପଦାର୍ପଣ କରିଥିଲା। ଜିଲ୍ଲାର ଗଣ୍ଡାଖିଆ, ନିମପୁ, ଆଳି, ଚଉଦକୁଲାଟ, କୋରୋ, ଇନ୍ଦୁପୁର ଏବଂ ଠାକୁରପାଣା ଦେଇ ପରିକ୍ରମା କରିବା ପରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ନିକଟରୁ ଶତାଧୂକ ଭକ୍ତ ଏକ ଶୋଭାଯାତ୍ରାରେ ରଥକୁ ପାଛୋଟି ଆଣି ମିରପାଟଣାସ୍ଥିତ ସାଇ ମନ୍ଦିରରେ ପହଞ୍ଚାଇଥିଲେ। ସାଇ ମନ୍ଦିର ପରିସରରେ ରଥ ସ୍ଥାପନ ପରେ ପବିତ୍ର ତ୍ରୟୀ ରୁଦ୍ରମ ପାଠ, ଭକ୍ତିପୂର୍ଣ୍ଣ ସାଇ ଭଜନ, ସତ୍ସଙ୍ଗ ଏବଂ ସାଂସ୍କୃତିକ ନୃତ୍ୟ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମଗ୍ର ଧାର୍ମିକ କାର୍ଯ୍ୟକ୍ରମକୁ ଆୟୋଜକ ଶ୍ରୀ ସତ୍ୟସାଇ ସେବା ସମିତି କେନ୍ଦ୍ରାପଡ଼ାର ଆବାହକ ରାଜକିଶୋର ମିଶ୍ର, ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ନାୟକ, ପାଦାଭୁଜ ମ ନିର୍ବାହକ ପ୍ରିୟ ରଞ୍ଜନ ନାୟକ, କେଶବ ସାହୁ, ତ୍ରିଲୋଚନ ନାୟକ, ପ୍ରବୋଧ କୁମାର ନାୟକ, ମହେନ୍ଦ୍ର ସାହୁ, ଶୋଭା ରାଣୀ ମିଶ୍ର, ନମିତା ନାୟକ, ଅର୍ଣ୍ଣପୂର୍ଣ୍ଣା ଦେବୀ, ମୀରା ରାୟ, ମମତା ସାହୁ, ସୁଲଚନା ନାୟକ ଏବଂ ଉଷାରାଣୀ ନାୟକଙ୍କ ସମେତ ସମସ୍ତ ସାଇ ସେବକ ଓ ଭକ୍ତିବୃନ୍ଦ ସୁଚାରୁରୂପେ ପରିଚାଳନା କରିଥିଲେ।


Be the first to comment

Leave a Reply

Your email address will not be published.