ଜଜାଙ୍ଗ ଉ. ପ୍ରା . ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

0
IMG-20261015-WA0019 (1)


କେନ୍ଦ୍ରାପଡା ୧୫/୧୦ : ସରକାରୀ ଉ. ପ୍ରା. ବିଦ୍ୟାଳୟ ଜଜାଙ୍ଗରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୬ କାର୍ଯକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଓ କବୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ମୁଖ୍ୟବକ୍ତା, ଗୁଲନଗର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ ଓ ଜଜାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ନିରୋଜା ନଳିନୀ ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସୁଜାନଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜନ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଉମାକାନ୍ତ ମହାପାତ୍ର ସୁନ୍ଦର ଶ୍ଳୋକ ଆବୃତି ମଧ୍ୟମରେ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯକ୍ରମରେ କ୍ଲଷ୍ଟରର ୧୪ଟି ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ସୁଦକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀ ଅମରେନ୍ଦ୍ର ମହାନ୍ତି, ସ୍ନେହଲତା ପରିଡ଼ା, ଉମାକାନ୍ତ ମହାପାତ୍ର, ପ୍ରଜ୍ଞାପ୍ରଗଲଭା ଚଇନି, ମଣ୍ଡରଧର ରଥ, ମାନସୀ ସିଂହ, ଶୁଭସ୍ମିତା ସ୍ୱାଇଁ, ଅତୁଳା ମୋନାଲିସା ରାଉତ, ଭୂମିଶ୍ମିତା ମାଝୀ, ବନଜା ପ୍ରିୟଦର୍ଶିନୀ ରାଉତ,ଏମ୍ ଡି ଜଲାଲୁଦ୍ଦିନ, ପ୍ରସନ୍ନ କୁମାର ନାୟକ , ସଂଯୁକ୍ତ ପ୍ରଧାନ, ଏସ କେ ନୁର୍ଦ୍ଦିନ, ପ୍ରସନ୍ନା ପ୍ରିୟଦର୍ଶିନୀ ସାହୁ , ସ୍ନେହଲତା ପରିଡ଼ା, ରାଜଶ୍ରୀ ପତି, ଏସ କେ ରଇସୁଦ୍ଧିନ ଆଦି ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ନିରପେକ୍ଷ ବିଚାର ପ୍ରଦାନ କରି ସୁଚାରୁରୂପେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଉକ୍ତ ବିଦ୍ୟାଳୟର ଶିକ୍ଷକ ସେକ୍ ରିଯୁୱାନ ଧନ୍ୟବାଦ ଅର୍ପଣ କରିଥିଲେ।


Leave a Reply

Your email address will not be published. Required fields are marked *