କେନ୍ଦ୍ରାପଡା ଜିଲ୍ଲାର ମୁଖଶାଳା ଦୁହୁରିଆ କ୍ରସିଂବଜାର ସଫେଇ

0
DUHURIA CROSING BAZAR SAPHEI - 1 (1)


କେନ୍ଦ୍ରାପଡ଼ା,୧୫ା୧୧:ଚଣ୍ଡିଖୋଲ- ପାରାଦୀପ ୫୩ନମ୍ବର ଜାତୀୟ ରାଜପଥ ୮ଲେନ ବିଶିଷ୍ଟ ହେବା ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଦୁହୁରିଆ ଠାରେ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। କିନ୍ତୁ ଦୁହୁରିଆ କ୍ରସିଂ ବଜାର ଠାରେ ପୂର୍ବରୁ ବିଭିନ୍ନ ଅଳିଆ ଆବର୍ଜ୍ଜନା ଗଦା ହୋଇ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ଭଳି ୫ଟି ଜିଲ୍ଲାର ସଙ୍ଗମସ୍ଥଳ ଦୁହୁରିଆ କ୍ରସିଂ ବଜାର ସ୍ଥାନଟି ଅତ୍ୟନ୍ତ ଅଳିଆ, ଆବର୍ଜ୍ଜନା ଓ ବର୍ଯ୍ୟବସ୍ତୁରେ ପରିପୂର୍ଣ୍ଣ ହୋଇପଡିଥିଲା। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ସ୍ଥାନରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବସ ଯୋଗେ ଯାତ୍ରା କରିଥାନ୍ତି। ଏହି ସ୍ଥାନର ଏଭଳି ଅବସ୍ଥା ଦେଖି କୃଷକ ବିକାଶ ପରିଷଦର ସଭାପତି କୃଷକନେତା ବିଜୟ କୁମାର ପରିଡା, ଦୁହୁରିଆ ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘ ସଭାପତି ଓ ସମ୍ପାଦକଙ୍କ ସହ ଆଲୋଚନା କରି ବଜାରକୁ ସଫେଇ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେହି ଅନୁଯାୟୀ କୃଷକନେତା ଶ୍ରୀ ପରିଡା, ବ୍ୟବସାୟୀ ସଙ୍ଘ ସଭାପତି କ୍ଷେତ୍ରବାସୀ ସାହୁ ଏବଂ ସମ୍ପାଦକ ସନାତନ ମୁଦୁଲିଙ୍କ ସମେତ ବାମନ ଚରଣ ବେହେରା, ବିଦ୍ୟାଧର ନାଥ, କିଶୋର ଜେନା, ଆଲୋକ ଜେନା, ପ୍ରଫୁଲ୍ଲ ସାହୁ, ସୁରେନ୍ଦ୍ର ସ୍ୱାଇଁ, ଗୁରୁଚରଣ ସ୍ୱାଇଁ, ପ୍ରଭାକର ସାହୁ, ବସନ୍ତ ସାହୁ ଗିରିଧାରି ପଟ୍ଟନାୟକ, ପ୍ରଶାନ୍ତ ସାମଲ, ଭାଗବତ ନାୟକ,ରତିରଞ୍ଜନ ନାଥ, ଅଭୟ ସାହୁ, ହରିହର ବାବୁ ପ୍ରମୁଖ ୪୦ରୁ ଉର୍ଦ୍ଧ୍ୱ ବ୍ୟବସାୟୀ, ସ୍ଥାନୀୟ ଜନସାଧାରଣ ଓ ଶୁଭେଛୁମାନେ ଏଥିରେ ସାମିଲ ହୋଇ ସଫେଇ କାର୍ଯ୍ୟ କରିଥିଲେ। ଏହି ସ୍ଥାନରେ ଥିବା ପୋଲର ଉଭୟ ପାଶ୍ୱର୍ରେ ଦୁଇଟି ବସଷ୍ଟାଣ୍ଡ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଆଇନଜୀବୀ ଶ୍ରୀ ପରିଡା ସମସ୍ତ ବ୍ୟବସାୟୀମାନେ ଡଷ୍ଟବିନ ବ୍ୟବହାର କରିବାକୁ ନିବେଦନ କରିଛନ୍ତି।


Leave a Reply