କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ପୂର୍ବତନ ମନ୍ତ୍ରୀଙ୍କ କୁକୁର ଲଗାଇବା ଘଟଣାର ପ୍ରତିବାଦ ସହ ସାମ୍ବାଦିକ ନିରାପତ୍ତା ଆଇନ ଲାଗୁ କରିବା ଦାବିରେ କେଡିୟୁଜେ ର ଦାବିପତ୍ର



କେନ୍ଦ୍ରାପଡ଼ା ୧/୭- ସାରା ରାଜ୍ୟରେ ବିପନ୍ନ ହୋଇ ରହିଥିବା ସାମ୍ବାଦିକଙ୍କ ନିରାପତ୍ତା ଆଇନ ଲାଗୁ କରିବା ସହ ନିକଟରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଭୁବନେଶ୍ୱର ବାସ ଭ୍ୱନରେ ମହିଳା ସାମ୍ବାଦିକଙ୍କୁ କୁକୁର ଲଗାଇ ଘଉଡ଼ାଇବା ଘଟଣାରେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି । ଏଭଳି ନିନ୍ଦନୀୟ କାଣ୍ଡ ଭିଆଇ ଥିବା ପୂର୍ବତନ ମନ୍ତ୍ରୀଙ୍କ ବିରୁଦ୍ଧରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତମାମ ରାଜ୍ୟର ସାମ୍ବାଦିକଙ୍କ ପ୍ରତି ବଢ଼ୁଥିବା ହିଂସାମୂଳକ ଆକ୍ରମଣର ପରିସମାପ୍ତି ପାଇଁ ଓଡିଶା ସାମ୍ବାଦିକ ୟୁନିଅନ ଆହ୍ୱାନକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନ (କେଡିୟୁଜେ)ପକ୍ଷରୁ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଟାଉନ ହଲଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ସ୍ଥଳରେ ଜିଲ୍ଲା ସଭାପତି ପରେଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ସ୍ନେହଜିତ ପଲ୍ଲାଇ, ଆଶିଷ ସେନାପତି, ଧିରେନ ମିଶ୍ର, ଜ୍ୟୋତିର୍ମୟ ଜେନା,ସୋମନାଥ ସାହୁ, ସୁକାନ୍ତ ଦାଶ, ରବୀନ୍ଦ୍ର ପତି, ସାବିର ଖାଁ, ନୀଳାଦ୍ରିଭୂଷଣ ତ୍ରିପାଠୀ, ଇଂ ମାନସ ମହାନ୍ତି, ସୁବାସ ସାମଲ, ଅଶୋକ ସ୍ୱାଇଁ, କରୁଣାକର କର,ଜଗନ୍ନାଥ ଦାସ, ଖୁରସିଦ ଆଲମ ଖାଁ, ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ


Discover more from

Subscribe now to keep reading and get access to the full archive.

Continue reading