ବାଲିଆରେ ଜାତୀୟ ଚିକିତ୍ସକ ଦିବସ ପାଳିତ


କେନ୍ଦ୍ରାପଡ଼ା, ୨ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ବାଲିଆ ବଜାରସ୍ଥିତ ସାରସ୍ୱତ ମାର୍କେଟ କମ୍ପେ୍ଲକ୍ସ ପରିସରରେ ପ୍ରଥମ ଥର ପାଇଁ ପ୍ରାଣକୃଷ୍ଣ ସାମଲଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି । ବାଲିଆ ଅଞ୍ଚଳର ତିନି ପିଢୀର ଚିକିତ୍ସକ ପରିବାର ଡା. ବିଶ୍ୱ ପ୍ରକାଶ କାନୁନଗୋ ଓ ଡା. ସ୍ନେହଲତା କାନୁନଗୋଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆସନ୍ତା ବର୍ଷ ଠାରୁ ବାଲିଆର ଡା. ସରୋଜକାନ୍ତ କାନୁନଗୋ ଚିକିତ୍ସାଳୟରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ଡା. ବିଶ୍ୱପ୍ରକାଶ କାନୁନଗୋ କହିଥିଲେ ଯେ ଡାଇବେସଟିସ ରୋଗୀର ପାଟିକୁ ଯାହା ଭଲ ଲାଗେ ତାକୁ ଉଦରସ୍ଥ କରିବା ମନା । ଡା. ସ୍ନେହଲତା କାନୁନଗୋ କହିଥିଲେ ଯେ ସ୍ୱଳ୍ପହାରି ହେଲେ ମାନବ ଦୀର୍ଘାୟୁ ହୁଏ । ଏହି ପରାମର୍ଶକୁ ଉପସ୍ଥିତ ସମସ୍ତ ଜନସାଧାରଣ ମାନିବାକୁ ଅନୁରୋଧ କରାଯାଇଥିଲା । ଏହି ସଭାରେ ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ପୂର୍ବତନ ସରପଞ୍ଚ ଧରଣୀଧର ଦାସ, ନାରାୟଣ ସ୍ୱାଇଁ, ମଦନମୋହନ ବେହେରା, ବସନ୍ତ କୁମାର ଜେନା, ନିଗମ ଶେଖର ମହାନ୍ତି, ପ୍ରଶାନ୍ତ କୁମାର ଦାସ, ମାନସ କୁମାର ଦାସ, ଦୀପକ କୁମାର ସାହୁ, ଅକ୍ଷୟ କୁମାର ରାଉଳ, ଚକ୍ରଧର ସାହୁ, ଚିନ୍ମୟ ପ୍ରସାଦ ମହାନ୍ତି, ବିଜୟ କୁମାର ମିଶ୍ର, ନଗେନ୍ଦ୍ର ରାଉତ, ରତ୍ନାକର ସ୍ୱାଇଁ ଅକ୍ଷୟ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ରେସୱାରେ କାଥରିନ ଦାସଙ୍କ ଜନ୍ମଦିବସ ପାଳିତ

Tue Jul 2 , 2024
କେନ୍ଦ୍ରାପଡ଼ା, ୨ା୭: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ଜନ୍ମ ଦିବସ ରାଜ୍ୟର ବିଭିନ୍ନ ସ୍ତାନରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଗରାପୁରସ୍ଥିତ ରେସୱା କାର୍ଯ୍ୟାଳୟରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲସ୍କା ବିଶ୍ୱ ବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା କାଥରିନ […]

KANIKA