ବିଜେଡିରୁ ଇସ୍ତଫା ଦେଲେ ନଗର ଯୁବବିଜେଡି ସଭାପତି ମିଟୁ ନାୟକ



ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ ଦଳୀୟ ପଦବୀ ଓ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ନିଜର ଇସ୍ତଫାପତ୍ର କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜ ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଜଣେ ଯୁବଛାତ୍ର ନେତା ଭାବେ ଏକ ଜାତୀୟ ଦଳରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ମିଟୁ ମନୋଜ ପରବର୍ତୀ ସମୟରେ ବିଜୁ ଜନତାଦଳରେ ଯୋଗ ଦେଇ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ଜୋରଦାର କରିଥିଲେ । ତାଙ୍କର ସାଙ୍ଗଠନିକ ଦକ୍ଷତା ପାଇଁ ତାଙ୍କୁ ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଭାବେ ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ ନିଯୁକ୍ତି ଦେଇଥିଲେ । ନିର୍ବାଚନ ପରେ ପରେ ନଗର ଯୁବବିଜେଡି ସଭାପତି ପଦରୁ ମିଟୁଙ୍କ ହଠାତ ଇସ୍ତଫା ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।


Next Post

ରାତି ପାହିଲେ ରଥଯାତ୍ରା ; ଶ୍ରୀ ପତିତପାବନଜୀଉଙ୍କ ଅପେକ୍ଷାରେ ରଥ ଆଉ ପଥ

Sat Jul 6 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଶ୍ରୀ ଶ୍ରୀ ପତିତପାବନ ଜିଉଙ୍କର ରାତି ପାହିଲେ ଜମିବ ଭକ୍ତଙ୍କ ଭିଡ଼ । ଘଂଟିଘଂଟା, ଶଙ୍ଖ ଧ୍ୱନିରେ ଉଛୁଳି ଉଠିବ ଚର୍ତୁଦିଗ । ଭକ୍ତଙ୍କ ଗହଳୀ ଭିଡରେ ମାଉସୀ ଘରକୁ ଯିବେ ତିନି ଠାକୁର । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶ୍ରୀଜୀଉଙ୍କ ରଥର ସାଜସଜ୍ଜାରେ ଶେଷ ସ୍ପର୍ଶ ଦେଉଛନ୍ତି ଶିଳ୍ପୀ ଓ କାରିଗର । ସମସ୍ତ ଶିଳ୍ପୀ ଅକ୍ଷୟ ତୃତୀୟା ଠାରୁ […]

You May Like