କେନ୍ଦ୍ରାପଡା ମହାବିଦ୍ୟାଳୟରୁ ନୂତନ ଏସି ଚୋରୀ ଅଭିଯୋଗ : ଚୋର ଗିରଫ



କେନ୍ଦ୍ରାପଡ଼ା, ୬ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏ.ସି. ଚୋରୀ ହୋଇଥିବା ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷଙ୍କ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଇ କଲେଜରେ ଦୀର୍ଘଦିନ ଧରି କାମକରୁଥିବା ଜଣେ ଇଲେକ୍ଟ୍ରିକର୍ମଚାରୀ କୁ ଗିରଫ କରାଯିବା ସହ ତାଙ୍କ ଠାରୁ ଚୋରୀ ଯାଇଥିବା ଏସି ଟିକୁ ପୋଲିସ ଜବତ କରିଛି । ଗିରଫ ହୋଇଥିବା ଇଲେକ୍ଟ୍ରୀସିଆନଙ୍କୁ ପୋଲିସ ପଚରାଉଚୁରା କରିବା ପରେ ସଂପୃକ୍ତ ଇଲେକ୍ଟ୍ରୀସିଆନ ପୋଲିସକୁ କହିଥିଲେ ଯେ ତାଙ୍କୁ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଏହି ଏସି ନେବାକୁ କହିଥିବାରୁ ସେ ମହାବିଦ୍ୟାଳୟରୁ ସେହି ନୂତନ ଏସିଟି ନେଇଛନ୍ତି । ପୂର୍ବରୁ ମଧ୍ୟ ସଂପୃକ୍ତ କର୍ମଚାରୀ ଏଭଳି ବହୁ ଜିନିଷ କଲେଜରୁ ସେହି ଅଧ୍ୟାପକଙ୍କ କଥାରେ ନେଇଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି । ପୋଲିସ ଚୋର ଠାରୁ ଏସବୁ ଶୁଣିବା ପରେ ସଂପୃକ୍ତ ଅଧ୍ୟାପକଙ୍କୁ ଆଜି ଅପରାହ୍ନରୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ସୂଚନା ଦେଇଛନ୍ତି । ଏହାବ୍ୟତିତ କଲେଜରେ ନିୟୋଜିତ  ଜଣେ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । କିନ୍ତୁ ତଦନ୍ତ ଦୃଷ୍ଟିରୁ ଚୋରର ନାମ ପ୍ରକାଶ କରିବାକୁ ଥାନାଅଧିକାରୀ ଶ୍ରୀ ସାହୁ ମନାକରିଦେଇଛନ୍ତି । ଥାନାରେ ଅଟକଥିବା ଅଧ୍ୟାପକ ଜଣଙ୍କୁ ଥାନାରୁ ମୁକୁଳାଇବାକୁ ପୋଲିସ ଉପରେ ବହୁ ଚାପ ପକାଯାଉଥିବା ଜଣାପଡିଛି ।


Next Post

ନିମ୍ନମାନର ଛତୁଆ ବିକ୍ରୀ ବିବାଦରେ ସ୍ୱୟଂ ସହାୟକ ଗୋଷ୍ଠୀ

Sun Jul 7 , 2024
କେନ୍ଦ୍ରାପଡ଼ା, ୬ା୭: ଦିନକୁ ଦିନ ଅଧିକରୁ ଅଧିକ ବିବାଦରେ ଛନ୍ଦି ହୋଇପଡୁଥିବା ରାଜକନିକା ବ୍ଲକର ଦୁଇ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ନିମ୍ନମାନର ଛତୁଆ ପ୍ରସ୍ତୁତିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀକୁ ଲାଦ୍ଭ ପାଇଁ ମଧ୍ୟାହ୍ନଭୋଜନ(ଏମଡିଏମ) ଚାଉଳ ଯୋଗାଣ, ଛତୁଆ ପ୍ରସ୍ତୁତି ଓ ବଣ୍ଟନ ସହ ଦୁଧ ପ୍ରକ୍ରିୟାକରଣ ଭଳି ଲାଭଜନକ କାର୍ଯ୍ୟକ୍ରମ ସବୁ ଦିଆଯାଇଛି । ତାହାକୁ ନେଇ ଏବେ […]

You May Like