
ପଟ୍ଟାମୁଣ୍ଡାଇ ବ୍ଲକ ଉତ୍କଳମଣି ଯୁବକ ସଂଘ ତରଫରୁ ୭୫ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ ଗୌତମ ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି। ଏଥିରେ ସଙ୍ଗଠନ ସଦସ୍ୟ ବୈଷ୍ଣବ ବେହେରା , ଶାନ୍ତନୁ ବେହେରା , ଜ୍ଞାନଜ୍ୟୋତି ବାରିକ୍ , ଅନନ୍ତ ବେହେରା , ଶିବୁ ବେହେରା ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ।











