କଲେଜ ଏସି ଚୋରି ଘଟଣାର : ମାଷ୍ଟର ମାଇଣ୍ଡ ଅଭିଯୁକ୍ତଙ୍କୁ ଗିରଫ ଓ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ପୁରାତନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଧାରଣା


କେନ୍ଦ୍ରାପଡ଼ା, ୮ା୭: କେନ୍ଦ୍ରାପଡା କଲେଜରେ ୧୪ଟି ଏସି, ଲାପଟପ୍ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଚୋରି ଘଟଣାରେ ସମ୍ପୂକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ରମାନେ ସୋମବାର ଟାଉନ ଥାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ।

ଘଟଣା ଅନୁଯାୟୀ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଏକ ନୂତନ ଏସି ଚୋରି ହୋଇଥିବା ସମ୍ପର୍କରେ କଲେଜ ପକ୍ଷରୁ କେନ୍ଦ୍ରାପଡା ଟାଉନ ଥାନାରେ ଗତ ୫ତାରିଖରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୋଲିସ ଥାନା କେଶ ନଂ- ୧୪୨/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମହାବିଦ୍ୟାଳୟରେ ବିଦ୍ୟୁତ କାର୍ଯ୍ୟ କରୁଥିବା ଜଣେ କାରିଗରଙ୍କୁ ଥାନାକୁ ଧରିଆଣି ପଚରାଉଚୁରା କରିବା ସହ ତାଙ୍କ ପାଖରୁ ଚୋରି ଯାଇଥିବା ଏସି ପୋଲିସ ଜବତ କରିଥିଲା । ସେ ତା’ର ବୟାନରେ କଲେଜର ଜଣେ ଅଧ୍ୟାପକ ତାକୁ ଏହି ଏସି ଦେଇଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲେ  । ତେଣୁ ପୋଲିସ ସଂପୃକ୍ତ ଅଧ୍ୟାପକ, ରାତ୍ର ଜଗୁଆଳକୁ  ଥାନାରେ ପଚରାଉଚରା କରି  ଛାଡିଦେଇଥିଲେ  ।

ଏହି ଘଟଣାର ପ୍ରତିବାଦରେ କଲେଜର ପୁରାତନ ଛାତ୍ରମାନେ ଆଜି ଟାଉନ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । କଲେଜରୁ କେବଳ ନୂତନ ଏସିଟି ନୁହେଁ କଲେଜ କନଫରେନ୍ସ ହଲରେ ଲାଗିଥିବା ୧୪ଟି ପୁରୁଣା ଏସି ସମେତ ୨୫ଟି ଏସି ସହିତ ଲାପଟପ୍‌, କମ୍ପ୍ୟୁଟର ଓ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ଚୋରି ହୋଇଯାଇଥିବା ସୂଚନା ମିଳିଛି । ଏହି ଚୋରି ଘଟଣାରେ ସମ୍ପୂକ୍ତ ଅଭିଯୁକ୍ତଙ୍କୁ ୭ଦିନ ମଧ୍ୟରେ ଗିରଫ କରାଯିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବିରେ କଲେଜର ପୁରାତନ ଛାତ୍ର ପ୍ରତାପ ମହାନ୍ତି, ଭାଗିରଥୀ ଜେନା, ଚିତ୍ତରଞ୍ଜନ ଦାସ, ପ୍ରଦୀପ କୁମାର ଦାଶ, ନିରଞ୍ଜନ ପରିଡା, ବିଧୁଭୂଷଣ ମହାପାତ୍ର, ରମଣୀରଞ୍ଜନ ରାଉତରାୟ, ମୃତ୍ୟୁଞ୍ଜୟ ତ୍ରିପାଠୀ, ହରେକୃଷ୍ଣ ପାତ୍ର, ଅନିତ ଗୈାତ୍ତମ, ରମାକାନ୍ତ ମାହାଳି ପ୍ରମୁଖ ଛାତ୍ର ଟାଉନ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading