
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚ ତରଫରୁ ବରିଷ୍ଠ ସଭ୍ୟ ତଥା ସ୍ଥାନୀୟ ସାତ ଭଉଣୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବଗଂତ ଲକ୍ଷ୍ମୀଧର ଦାଶଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ସ୍ଥିତ ବରିଷ୍ଠ ନାଗରିକ ଚିତ ବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳ ସଭାପତିତ୍ୱ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ଡ.କେଳୁଚରଣ ସ୍ୱାଇଁ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପ୍ରଫେସର କୈଳାଶ ପାତ୍ର, ପ୍ରଫେସର ପରିକ୍ଷିତ ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ଶିକ୍ଷକ ନେତା ବିଜୟ କୁମାର ସାହୁ, ପ୍ରମୋଦ କୁମାର ନାୟକ ,ଶିକ୍ଷାବିତ ଶଚିନନ୍ଦନ ଦାସ, ତୈଲୋକ୍ୟ ପ୍ରସାଦ ମିଶ୍ର, ପାବନୀ କୁମାର ରାଉତ, ବିଜୟ କୁମାର ରାଉତ, ପ୍ରଦିପ୍ତ କୁମାର ରଥ, ଇଂ. ଗୁଣଧର ସାମଲ, ଇଂ. ତପନ କୁମାର ପାତ୍ର ,ସମାଜସେବୀ ବ୍ରଜବନ୍ଧୁ ଦାଶ, ଗାଳ୍ପିକ ପ୍ରଦିପ କୁମାର ନାୟକ, କହ୍ନାଇ ଚରଣ ପରିଡା, ଗର୍ନ୍ଧବ ଲେଙ୍କା, ପ୍ରମୋଦ ସାହୁ ,ସଞ୍ଜୟ ବର୍ମା ପ୍ରମୁଖ ବିଶିଷ୍ଠ ବ୍ୟକ୍ତିମାନେ ଯୋଗଦାନ କରି ଦିବଗଂତ ଆତ୍ମାଙ୍କର ସଦଗତି କାମନାକରି ନିରବ ପ୍ରାର୍ଥନା କରିବା ସହିତ ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ସେମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଦିବଗଂତ ଆତ୍ମାଙ୍କର ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ସର୍ମପିତ ସମାଜସେବା ଜନମାନସରେ ଅଭୁଲା ହୋଇ ରହିବ ବୋଲି ମତପ୍ରକାଶ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ସାହୁ ଧନ୍ୟ୍ୱାଦ ଅର୍ପଣ କରିଥିଲେ ।










