ରାଜ୍ୟସ୍ତରୀୟ ‘ଶ୍ରୀ ଜଗନ୍ନାଥ’ ଚିତ୍ରକଳା ଶିବିରରେ ସୌମ୍ୟରଞ୍ଜନ ସମ୍ବର୍ଦ୍ଧିତ



କେନ୍ଦ୍ରାପଡା ୧୦/୭ – ଓଡିଶା ଲଳିତକଳା ଏକାଡେମି ଦ୍ୱାରା ଆୟୋଜିତ ‘ଶ୍ରୀ ଜଗନ୍ନାଥ’ ଚିତ୍ରକଳା ଶିବିର ଭୂବନେଶ୍ୱର ପାନ୍ଥନିବାସ ଠାରେ ପୁରୀ ରଥଯାତ୍ରା ଉପଲକ୍ଷେ ୨୮ ଜଣ ସୁନାମଧନ୍ୟ ଚିତ୍ରଶିଳ୍ପୀଙ୍କୁ ନେଇ ଚିତ୍ର କର୍ମଶାଳା ଅନୁଷ୍ଠିତ ହୋଇଅଛି । ଏହା ୧ ଜୁଲାଇ ଠାରୁ ଆରମ୍ଭ ହୋଇ ୪ ଜୁଲାଇରେ ଶେଷ ହୋଇଥିବା ବେଳେ ପୁରୀଠାରେ ଏହି ପ୍ରଦଶନୀ ବାହୁଡା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଉକ୍ତ ଚିତ୍ରକର୍ମଶାଳାରେ ଜାତୀୟ ଅନ୍ତର୍ଜାତୀୟ ମଂଚରେ ୨୫୦ରୁ ଉର୍ଦ୍ଧ୍ୱ ବହୁ ପୁରଷ୍କାରରେ ସମ୍ମାନୀତ ହୋଇଥିବା କ୍ରିଷ୍ଣା ଏକାଡେମୀ ଅଫ୍ ଆର୍ଟ ଆଣ୍ଡ କଲଚର, ମିରପାଟଣା, କେନ୍ଦ୍ରାପଡାର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟାନାୟକଙ୍କ ‘ଶ୍ରୀ ଜଗନ୍ନାଥ’ ଶ୍ରୀର୍ଶକ କାନ୍‌ଭାସ୍ ଅଙ୍କିତ ଚିତ୍ରଟି ଲଳିତକଳା ଏକାଡେମୀ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି । ଉକ୍ତ ଚିତ୍ରଶିଳ୍ପି ଶିବିରରେ ଉକୃଷ୍ଟ ଚିତ୍ର ପ୍ରସ୍ତୁତ କରିଥିବାରୁ ଓଡିଶା ଲଳିତକଳା ଏକାଡେମୀ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଡ.ସୁଦର୍ଶନ ପଟ୍ଟନାୟକ,ଦେବାନନ୍ଦ ବରିହା, ମଧୁସୁଦନ ଦାଶ ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମାନପତ୍ର, ପୁଷ୍ପଗୁଛ, ଉତରୀୟ ଓ ଟ.୨୧,୦୦୦/-ମାନଦେୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଅଛି । କେନ୍ଦ୍ରାପଡା ପାଇଁ ଏହା ଗୌରବର ବିଷୟ ହୋଇଅଛି । ସୌମ୍ୟରଞ୍ଜନ ପଟ୍ଟନାୟକ ଆଦର୍ଶ ଚିତ୍ରଗୁରୁ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ସୌମ୍ୟ ଓଡିଶା ଓ ଭାରତର ବହୁ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିବା ସହ ଦିବ୍ୟାଙ୍ଗ ଓ ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ୨୦୧୫ ମସିହାରୁ ଚିତ୍ର ଶିକ୍ଷା ଦେଇ ଆସୁଛନ୍ତି । ଏବଂ ସୌମ୍ୟ ୨୦ ବର୍ଷ ହେବ ପରିବେଶ ସଚେତନତା ଉପରେ ଚିତ୍ର କରି ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୌମ୍ୟ ଟାଉନ୍ ବଳରାମପୁର ନିବାସୀ ଅଟନ୍ତି । ପିତା ସୁରେଶ ଚନ୍ଦ୍ର ପଟ୍ଟନାୟକ ଓ ମାତା ଉର୍ମିଳା ରାଉତରାୟ ଅବସର ପ୍ରାପ୍ତ ଶିକ୍ଷକ ଅଟନ୍ତି ।


Next Post

ବଳଦେବ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

Wed Jul 10 , 2024
କେନ୍ଦ୍ରାପଡା, ୧୦ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଅଧ୍ୟାପକ ଅଜୟ କୁମାର ସାମଲ ସଭାପତିତ୍ୱ କରିଥିଲେ । କେନ୍ଦ୍ରାପଡା ବନପାଳ ରାମ ତିରିଆ, ବନରକ୍ଷୀ ମୋନାଲିସା ସାହୁ, ଲକ୍ଷ୍ମୀକାନ୍ତ ଲେଙ୍କା ଓ ବିଜୟକେତନ ଦାଶ, ପାରା କର୍ମଚାରୀ ଦ୍ୱୟ ପ୍ରମୁଖ ବନ ମହୋତ୍ସବ ପାଳନର […]

KANIKA