କଲେଜରୁ ଏସି ଚୋରି ଘଟଣା :ତଦନ୍ତ ଆରମ୍ଭ କଲା ପୋଲିସ


କେନ୍ଦ୍ରାପଡ଼ା, ୧୧ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାରେ ଟାଉନ ଥାନା ପୋଲିସର ଏକ ଟିମ୍ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । କେଉଁଠାରେ ଏସି ଲାଗିଥିଲା ଏବଂ କେଉଁଠି ଷ୍ଟାବିଲାଇଜର ଲାଗିଥିଲା ପୋଲିସ ସେସବୁ ବିଷୟରେ ତଦନ୍ତ କରିଛି । ଏସି ଓ ଷ୍ଟାବିଲାଇଜରର କାଗଜପତ୍ର ଇତ୍ୟାଦି ପୋଲିସ ଯାଞ୍ଚ କରିଛି । କଲେଜ ହିସାବ ବିଭାଗକୁ ଯାଇ ଏସି ଓ ଷ୍ଟାବିଲାଇଜର କ୍ରୟର ଭାଉଚର, ଷ୍ଟକ ରେଜିଷ୍ଟର ପ୍ରଭୃତି ଯାଞ୍ଚ କରିବା ପରେ ତଦନ୍ତକାରୀ ଅଧିକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ । ଏହି ତଦନ୍ତ ବେଳେ ପୁରାତନ ଛାତ୍ର ପ୍ରତାପ ମହାନ୍ତି, ଚିତ୍ତରଞ୍ଜନ ଦାସ, ବିଧୁଭୂଷଣ ମହାପାତ୍ର ପ୍ରମୁଖ କଲେଜରେ ଉପସ୍ଥିତ ରହି ତଦନ୍ତରେ ପୋଲିସକୁ ସାହାଯ୍ୟ କରିଥିଲେ ।

ସୂଚନା ଯୋଗ୍ୟ ଯେ ଗତ ୫ତାରିଖରେ କଲେଜ ଅଧ୍ୟକ୍ଷ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚୁରା କରି ଦୁଇ ଜଣଙ୍କୁ ପୋଲିସ ଛାଡିଦେଇଥିବା ବେଳେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାତ୍ର ଚୋରୀ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଛାଡିଦେଇଥିବାରୁ କଲେଜର ପୁରାତନ ଛାତ୍ରମାନେ ଟାଉନ ଥାନା ସମ୍ମୁଖରେ ୪ଦିନ ଧରି ଧାରଣା ଦେଇଥିଲେ ।ଅନ୍ୟପକ୍ଷରେ ଅଦ୍ୟାବଧି କୈାଣସି ବରିଷ୍ଠ ପୋଲିସ ଅଧିକାରୀ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କ ସହ ଆଲୋଚନା କରିନଥିବା ଜଣାପଡିଛି ।ପୋଲିସ ଏପର୍ଯ୍ୟନ୍ତ ଏହାକୁ ଅତ୍ୟନ୍ତ ହାଲୁକା ଭାବରେ ନେଉଥିବାରୁ ଧାରଣାକାରୀ ଓ ପୋଲିସ ଭିତରେ ଆଲୋଚନା ସଫଳ ହୋଇନାହିଁ ।ଚୋରି ରାକେଟ୍‌ର ମାଷ୍ଟରମାଇଣ୍ଡଙ୍କୁ ପୋଲିସ ଗିରଫ କରୁନଥିବାରୁ ପୋଲିସର ଭୂମିକାକୁ ନେଇ ପୁରାତନ ଛାତ୍ରମାନେ ପ୍ରଶ୍ନ ଉଠାଇଛନ୍ତି । ଆଜି ଧାରଣାରେ ପୁରାତନ ଛାତ୍ର ଚିତ୍ତରଞ୍ଜନ ଦାସ, ପ୍ରତାପ ମହାନ୍ତି, ଭାଗିରଥୀ ଜେନା, ଗୟାଧର ଧଳ, ମୁକ୍ତାର ଖାଁ, ନିରଞ୍ଜନ ପରିଡା, ବିଧୁଭୂଷଣ ମହାପାତ୍ର, ମୁକ୍ତାର ଅଲ୍ଲୀ ଓ ବିନୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading