ସର୍ବଭାରତୀୟ ପାୱାର ଲିଫ୍ଟିଂରେ କେନ୍ଦ୍ରାପଡାର ରୋନିତ ରୋଶନଙ୍କୁ ରୌପ୍ୟ ପଦକ


କେନ୍ଦ୍ରାପଡ଼ା, ୧୧ା୭: ନ୍ୟାସନାଲ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟର ଉଜୈନଠାରେ ଆୟୋଜିତ ସର୍ବ ଭାରତୀୟ ସିନିୟର ପାୱ।ର  ଲିଫ୍ଟିଂ ଚମ୍ପିଅନସିପ୍ ପ୍ରତିଯୋଗିତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମ ନିବାସୀ ନୃସିଂହ ଚରଣ ସ୍ୱାଇଁ ଓ କମଳା ସ୍ୱାଇଁଙ୍କ ନାତି ତଥା ଶିକ୍ଷକ ନିର୍ମଳ କୁମାର ସ୍ୱାଇଁଙ୍କ ୨୧ବର୍ଷୀୟ ପୁତ୍ର ରୋନିତ ରୋଶନ ସ୍ୱାଇଁ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି । ପୂର୍ବରୁ ରୋନିତ ଦିଲ୍ଲୀ, କୋଲକତା, ଭୁବନେଶ୍ୱର, ରାୟଗଡା ଓ ନେପାଳର କାଠମାଣ୍ଡୁଠାରେ ଆୟୋଜିତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ । ଏବେ ରୋନିତ ଟ୍ରାଇଡେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରେ ବିଟେକ୍ ପଢୁଛନ୍ତି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ସରକାରୀ ପ୍ରୋତ୍ସାହନ ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି । ବିଶେଷ କରି ରାଜ୍ୟର ନୂଆ ସରକାର ଗଠନ ହୋଇଥିବାରୁ କ୍ରୀଡାମନ୍ତ୍ରୀ ତଥା ଜିଲ୍ଲାର କ୍ରୀଡା ବିଭାଗ ଏଭଳି କୃତି ପ୍ରତିଯୋଗୀଙ୍କ ପ୍ରତି ସରକାରୀ ସହାୟତା ତଥା ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହେଉଛି । ଜିଲ୍ଲାର କ୍ରୀଡା କ୍ଷେତ୍ରରେ ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ ତଥା ସରକାରୀ ଚାକିରି ଦେବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଉଛି ।


Next Post

ନାବାର୍ଡ, ଏସ.ଏଫ.ଏସି ଓ ଓ.ଏନ.ଡି.ସି. ସହଯୋଗରେ ତରଙ୍ଗ ମେଳା

Fri Jul 12 , 2024
କେନ୍ଦ୍ରାପଡ଼ା, ୧୧ା୭: ନାବାର୍ଡ ଏସ.ଏଫ୍‌.ଏସି ଏବଂ ଓ ଏନ ଡିସିର ମିଳିତ ଆନୁକୁଲ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ନେଇ ତରଙ୍ଗ ମେଳା -୨ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୪ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କର ଉତ୍ପାଦ ପ୍ରଦର୍ଶନୀ ତଥା ବିକ୍ରିବଟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ୪୦ଟି କୃଷକ ଉତ୍ପାଦକ ସଂଘର […]

KANIKA