ନାବାର୍ଡ, ଏସ.ଏଫ.ଏସି ଓ ଓ.ଏନ.ଡି.ସି. ସହଯୋଗରେ ତରଙ୍ଗ ମେଳା


କେନ୍ଦ୍ରାପଡ଼ା, ୧୧ା୭: ନାବାର୍ଡ ଏସ.ଏଫ୍‌.ଏସି ଏବଂ ଓ ଏନ ଡିସିର ମିଳିତ ଆନୁକୁଲ୍ୟରେ କଟକ ବାଲିଯାତ୍ରା ପଡ଼ିଆରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ନେଇ ତରଙ୍ଗ ମେଳା -୨ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୪ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କର ଉତ୍ପାଦ ପ୍ରଦର୍ଶନୀ ତଥା ବିକ୍ରିବଟା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରୁ ୪୦ଟି କୃଷକ ଉତ୍ପାଦକ ସଂଘର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ । ମେଳାର ପ୍ରାରମ୍ଭରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ.ଏଫ୍‌. ଏସି ର ନିର୍ଦ୍ଦେଶକ ନଟବର ପାଲ, ୟୁକୋ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଭିଭୂତି ଭୂଷଣ ବେହେରା , ନାବାର୍ଡର ମହାପ୍ରବନ୍ଧକ ସଞ୍ଜୟ ତାଲୁକଦାର ପ୍ରମୁଖ ଯୋଗଦେଇ କୃଷକମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକର ପ୍ରାରମ୍ଭରେ ନାବାର୍ଡର ମହାପ୍ରବନ୍ଧକ ବି.କେ ଜାମଦା ତରଙ୍ଗ ମେଳାର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନାବାର୍ଡର କଟକ ଜିଲ୍ଲାର ଡି.ଡି.ଏମ ପ୍ରକ୍ସୀମା ପରିଡ଼ା ଉପସ୍ଥିତ ଅତିଥି ମାନଙ୍କ ସହିତ ଉପସ୍ଥିତ ଚାଷୀଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଗମ ପରିଚାଳନା କରିଥିଲା


Next Post

କଲେଜରୁ ଏସି ଚୋରି ଘଟଣା , ପୁରାତନ ଛାତ୍ରମାନଙ୍କ ଧାରଣା , ପ୍ରତିଶୃତି ପରେ ସ୍ଥଗିତ

Fri Jul 12 , 2024
କେନ୍ଦ୍ରାପଡ଼ା, ୧୨ା୭: କେନ୍ଦ୍ରାପଡା ମହାବିଦ୍ୟାଳୟରୁ ଏସି ଚୋରି ଘଟଣାର ମାଷ୍ଟରମାଇଣ୍ଡ ଗିରଫ ଓ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯିବା ଦାବିରେ ଟାଉନ ଥାନା ସମ୍ମୁଖରେ ବିଗତ ୫ଦିନ ଧରି ଧାରଣାରତ ମହାବିଦ୍ୟାଳୟର ପୁରାତନ ଛାତ୍ରମାନେ ଆଜି ଅପରାହ୍ନରେ ଦାବି ପୁରଣର ପ୍ରତିଶୃତି ପାଇବା ପରେ ଧାରଣାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ଘୋଷଣା କରିଛନ୍ତି । ଆଜି ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦେଶରେ ପୋଲିସ ମୁଖ୍ୟାଳୟର ଡିଏସପି […]

KANIKA