ସରକାରୀ ସିନିଅର ବେସିକ ଉନ୍ନିତ ହାଇସ୍କୁଲରେ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବ



କେନ୍ଦ୍ରାପଡ଼ା, ୧୨ା୭: କୁଶିଆପାଳସ୍ଥିତ ସରକାରୀ ସିନିଅର ବେସିକ ଉନ୍ନିତ ହାଇସ୍କୁୁଲରେ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ପ୍ରେରଣା ମହୋତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ଶୁଭାଲିନ ଜେନା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ଡ. କାନନବାଳା ନାୟକ ପ୍ରେରଣା ଉତ୍ସବର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ‘ଭାରତ ପାଇଁ ମୋର ଦୃଷ୍ଟିକୋଣ ଓ ବିକଶିତ ଭାରତ’ ଶୀର୍ଷକ ବିଷୟ ଉପରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ମୂଲ୍ୟବାନ ତଥ୍ୟ ସମ୍ବଳିତ ବକ୍ତବ୍ୟ ରଖିଥିଲେ । ଆଗାମୀ ୨୦୪୭ମସିହା ସୁଦ୍ଧା ଆମ ଦେଶ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବି.ଆର.ସି.ସି. ତଥା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବଦତ୍ତ ଶତପଥୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସଚ୍ଚିକାନ୍ତ ତ୍ରିପାଠୀ, ପୂର୍ବତନ ନୋଡାଲ ପ୍ରଧାନ ଶିକ୍ଷକ ଗଗନବିହାରୀ ସୂତାର, ପୂର୍ବତନ ବି.ଆର.ସି.ସି. ତଥା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରହରି ସୂତାର ପ୍ରମୁଖ ଯୋଗଦେଇ ପ୍ରେରଣା ଉତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିଲି ବେହେରା, ରବୀନ୍ଦ୍ର କୁମାର ସିଂ, ତୁଳାରାମ ବାତ୍ରା, ରତିକାନ୍ତ ଜେନା, ଶୁଭସ୍ମିତା ଜେନା, ମଧୁସ୍ମିତା ମଲିକ, ସରସ୍ୱତୀ କୁଣ୍ଡ, ଅକ୍ଷୟ କୁମାର ପୋଥାଳ, ରଶ୍ମିତା ପାତ୍ର, ଲଳିତା ବେଉରା, ଅନ୍ନପୂର୍ଣ୍ଣା ସେଠୀ, ତାରିଣୀ ପ୍ରସାଦ ପଣ୍ଡା, ଅନିତା ଦାସ ପ୍ରମୁଖ ସହଯୋଗ କରିଥିଲେ । କୁଶିଆପାଳ କ୍ଲଷ୍ଟରର ସି.ଆର.ସି.ସି. ଅମିତା ବାଇ ଉତ୍ସବ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପୂର୍ବତନ ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁ ଏଥିରେ ସହାୟତା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ମିଲି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading