ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସମ୍ମିଳନୀ ଜନସମାବେସ


ମୋଦି ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ କଂଟାବଣ ମଣ୍ଡଳ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସମ୍ମିଳନୀ ଦୋସିଆ ପଂଚାୟତ ମାର୍କେଟ କମ୍ପଲେକ୍ସ ପ୍ରାଙ୍ଗଣରେ ମଣ୍ଡଳ ସଭାପତି ବନମାଳୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ଡ. ଅଲେଖ ଜେନା ଓ ବରିଷ୍ଠ ବିଜେପି ନେତା ଓ ଭୁବନେଶ୍ୱରର ପ୍ରଭାରୀ ପ୍ରାଧ୍ୟାପକ ଭୁବନମୋହନ ଜେନା ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯିବା ପରେ ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କର ବୈଦେଶିକ ନିତି ଠାରୁ ଆରମ୍ଭ କରି ଦେଶର ମହାନସେବକ ଭାବେ ସାଧାରଣ ଲୋକମାନଙ୍କର କିପରି ପ୍ରିୟଭାଜନ ହେଇ ଭାରତବର୍ଷକୁ କିପରି ଜଶସ୍ୱୀ କରାଇ ସମସ୍ତ କ୍ଷେତ୍ରରେ ଆଗକୁ ନେଇଛନ୍ତି । ଆଜି ସାରା ବିଶ୍ୱ ମୋଦିଙ୍କୁ ଚାହିଁ ବସିଛନ୍ତି । ରେଳପଥ ହେଉ କି ଜାତୀୟ ରାଜପଥ କୁହନ୍ତୁ । ପ୍ରତିରକ୍ଷା କଥା ହଉ କି ଭାରତମାଳା ପ୍ରକଳ୍ପ । ପୂର୍ବଭାରତ ବିକାଶ ତାଙ୍କର ଅବଦାନ ଉପରେ ଆଲୋକପାତ କରିବା ସହିତ ମୋଦୀ ସରକାରଙ୍କର ୯ ବର୍ଷ ଭିତରେ ହୋଇଥିବା ବିଭିନ୍ନ ପ୍ରତିଶ୍ରୁତି ପାଳନ ସହିତ ବିବିଧ ଜନହିତକାରୀ ଯୋଜନା ଉପରେ ଚର୍ଚ୍ଚା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ପ୍ରକାଶ ପ୍ରଧାନ, ଗଗନ ବିହାରି ସାହୁ, ଦିଲ୍ଲିପ ରାଇତ,ନୃଦିଂହ ଚରଣ ସାହୁ,ନିଳକଣ୍ଠ ଦାସ, ଖଗେଶ୍ୱର ରାଉତ ଶଙ୍କର ମହାନ୍ତି ସବ୍ୟସାଚୀ ରାଉତ ମିଥୁନ ମଳିକ ସୁରେଶ ସାମଲ ସନାତନ ଶତପଥୀ ଶୁକାନ୍ତ ନାୟକ ବିଜୟ ନାୟକ ଅଭୟ ବେହେରା ସୁକାନ୍ତ ବେହେରା ମଙ୍ଗୁଳି ଲେଙ୍କା ଅଭୟ ସାମନ୍ତରାୟ ବୀରକିଶୋର ସ୍ୱାଇଁ ସଂଧ୍ୟାରାଣୀ ଭୁୟାଁ ସୁନୀତା ଭୂୟାଁ ଅନିତା ଭୂୟାଁ ସମେତ ୪୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଯୋଗଦାନ ନିଜର ସାଂଗଠାନିକ ଅନୁଭୂତି ପ୍ରକାଶ କରିଥିଲେ । ଶେଷରେ ରଞନ ସୁତାର ଧନ୍ୟ ବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading