ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା

ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି । ପଟ୍ଟାମୁଣ୍ଡାଇ ଅଂଚଳ୍‌ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି । ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଆଷାଢ଼ ଶେଷହେବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହେଉ ନ ଥିବାରୁ ଧାନ ତଳି ସୁଖିବାକୁ ଲାଗିଲାଣି ।ଏହି ଅଂଚଳରେ ଅଧିକାଂଶ ଜମିରେ ଜଳସେଚନ ସୁବିଧା ଥିଲେ ମଧ୍ୟ କେନାଲ ପାଣି ନ ଆସିଥିବାରୁ ଚାଷୀ ବର୍ଷାପାଣି ଉପରେ ନିର୍ଭର କରିଛନ୍ତି । ବିଲରେ ଗଜା ମରୁଡି ଆଶଙ୍କା ଦେଖା ଦେଇଥିବାବେଳେ ଚାଷୀଙ୍କ ହାତରେ ବିହନ ନାହିଁ କି ପଇସା ନାହିଁ । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ବୋଲି ଚାଷୀ କହିଛନ୍ତି । ଖରାଦିନେ ପଡ଼ିଥିବା ଧାନ ତଳି ଗଛ ହୋଇଥିଲେ ମଧ୍ୟ ଶୁଖିଗଲାଣି । ସେଗୁଡ଼ିକ ଗୋରୁଙ୍କ ଚାରଣ ଭୂଇଁ ପାଲଟିଛି । ବର୍ଷକର ଆହାର ଚାଲିଯିବା ଆଶଙ୍କା କରି ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି ।