ସହର ଜଳଖିଆ ଦୋକାନ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ: ଖାଦ୍ୟର ମାନ ଯାଂଚ କଲେ ଅଧିକାରୀ



ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯାଇଛି । କିଲା ସ୍ୱାସ୍ଥ୍ୟ ସମିତି ନିର୍ଦ୍ଦେଶକ୍ରମେ ଖାଦ୍ୟ ନିରାପତା ଅଧିକାରୀ ବିଭାଷ ମଜୁମଦାର ଓ କର୍ମଚାରୀ ସଦଳବଳେ ଚଢ଼ାଉ କରି ଜଳଖିଆ ଦୋକାନରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ମିଠା, ଷ୍ଟ୍ରିଟ୍ ଫୁଡ ଓ ତେଲଭାଜି ଖାଦ୍ୟକୁ ପରୀକ୍ଷା ନିରୀକ୍ଷା କରିବା ପରେ ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଅସ୍ୱାସ୍ଥ୍ୟକର ଖାଦ୍ୟକୁ ନଷ୍ଟ କରାଯାଇଛି । ଏଥିସହିତ ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରକୁ ମଧ୍ୟ ଅଧିକାରୀ ବୁଲି ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ କଡ଼ା ତାଗିଦ୍ କରିଥିଲେ ।

ଅଧିକାରୀମାନେ ପ୍ରଥମେ କଲେଜରୋଡଥିବା ଜଳଖିଆ ଦୋକାନରେ ଚଢାଉ କରିଥିଲେ । ଏହାବ୍ୟତିତ ବଜାରରେ ଥିବା ବିଭିନ୍ନ ଜଳଖିଆ ଏବଂ ହୋଟେଲରେ ମଧ୍ୟ ଚଢ଼ାଉ କରାଯାଇଥିଲା । ସାଧାରଣତଃ ବର୍ଷା ଋତୁରେ ଅନେକ ପ୍ରକାର ରୋଗ ବ୍ୟାପିଥାଏ । ତେବେ ପରିଷ୍କାର, ପରିଚ୍ଛନ୍ନ ଅବଲମ୍ବନ ନେଇ ଅଧିକାରୀମାନେ ବିଭିନ୍ନ ଦୋକାନରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବା ସହିତ ତାଗିଦ୍ କରିଛନ୍ତି । ଯଦିଆଗକୁ ଏଭଳି ଚାଲେ ତାହା ହେଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

 

ଖାଦ୍ୟ ନିରାପତା ଅଧିକାରୀ ମଜୁମଦାରଙ୍କ କହିବା ଅନୁଯାଇ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ସାଧାରଣତଃ ବର୍ଷା ଋତୁରେ ଅନେକ ପ୍ରକାର ରୋଗ ବ୍ୟାପିଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ ସୁସ୍ଥ ରହିବା ପାଇଁ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ବୋଲି ବୁଧବାର ପଟ୍ଟାମୁଣ୍ଡାଇରେ ସଚତେନତାକୁ ନେଇ ଏହି ଚଢାଉ କରାଯାଇଛି । ବର୍ଷା ଋତୁରେ ଖାଦ୍ୟ ସାମଗ୍ରୀ କିଛି ଘଂଟା ମଧ୍ୟରେ ନଷ୍ଟ ହେଉଥିବାରୁ ଲୋକମାନେ ସତର୍କ ରହିବା ଜରୁରୀ । ଏହି ଋତୁରେ ଷ୍ଟ୍ରିଟ୍ ଫୁଡ୍ ଏବଂ ଜଙ୍କ୍ ଫୁଡ୍ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । କାରଣ ବର୍ଷା ଯୋଗୁଁ ବଜାରର ଦୋକାନ ଚାରିପଟେ ଅଳିଆ ଆବର୍ଜନା ଓ କାଦୁଅ ପଡି ରହିଥାଏ ଏବଂ ଏହା ଖାଦ୍ୟକୁ ଦୂଷିତ କରିଥାଏ । ଏଭଳି ପରିସ୍ଥିତିରେ ଯେଉଁମାନେ ନିକଟସ୍ଥ ଦୋକାନରୁ ଷ୍ଟ୍ରିଟ୍ ଫୁଡ କିମ୍ବା ଜଙ୍କ୍ ଫୁଡ ଖାଆନ୍ତି ତେବେ ପେଟରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ ବୋଲି ସେ କହିଥିଲେ ।


Discover more from

Subscribe now to keep reading and get access to the full archive.

Continue reading