NITI Aayag କ’ଣ-ଏହି ନୀତି ଆୟୋଗ, କେଉଁମାନେ ହୁଅନ୍ତି ଏଥିରେ ସାମିଲ୍‌, ଜାଣନ୍ତୁ…



ନୂଆଦିଲ୍ଲୀ,୨୭ ।୭: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ନୀତିି ଆୟୋଗ ବୈଠକ ଜାରି ରହିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଅଧ୍ୟକ୍ଷତା କରୁଛନ୍ତି । ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ଅଂଶଗ୍ରହଣ କରି କେନ୍ଦ୍ରର ଦୂରଦୃଷ୍ଟି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା କରୁଛନ୍ତି । ତେବେ ବିରୋଧୀ ଇଣ୍ଡିଆ ଆଲାଇନ୍ସ ୨୦୨୪ର ଏହି ବୈଠକକୁ ବୟକଟ କରିଛନ୍ତି । ଏବଂ ଏଥିରେ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି । ତେବେ, ଏହି ନୀତି ଆୟୋଗ ବୈଠକ କ’ଣ, ଏହାର ସଦସ୍ୟ କିଏ, ନୀତି ଆୟୋଗର କାର୍ଯ୍ୟ କ’ଣ?
ସ୍ୱାଧୀନତା ପରେ ୧୯୫୦ରେ ‘ଯୋଜନା ଆୟୋଗ’ ସ୍ଥାନରେ ନୀତି ଆୟୋଗ ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଦେଶର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନୀତିର ଦୀର୍ଘକାଳୀନ ପ୍ରୟୋଗ ପାଇଁ ଏଶହି ଆୟୋଗ ଆରମ୍ଭ ହୋଇଥିଲା । ୨୦୧୪ରେ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର କ୍ଷମତାକୁ ଆସିବା ପରେ ଜାନୁଆରୀ ୧ ୨୦୧୫ରେ ନୀତି ଆୟୋଗ ଗଠନ କରାଯାଇଥିଲା । ଏହାକୁ ଭାରତ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଭାବରେ ବିବେଚନା କରାଯାଏ । ଦେଶର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ସହିତ ନୀତି ଆୟୋଗ ସେଗୁଡିକ ଉପରେ ନଜର ରଖିବା ପାଇଁ କାର୍ଯ୍ୟ କରିଥାଏ । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ପ୍ରତିଯୋଗୀ ତଥା ସହଯୋଗୀ ସଂଘୀୟତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନିର୍ବାହ କରେ । ଦେଶର ବିକାଶରେ ରାଜ୍ୟଗୁଡ଼ିକର ଅବଦାନ ମଧ୍ୟଏହି ଆୟୋଗ ସ୍ଥିର କରିଥାଏ ।
ଭାରତ ସରକାରଙ୍କ ୱେବସାଇଟ ଅନୁଯାୟୀ, ପରିବର୍ତ୍ତିତ ସମୟକୁ ଧ୍ୟାନରେ ରଖି ଯୋଜନା ଆୟୋଗ (୧୯୫୦-୨୦୧୪) ସ୍ଥାନରେ ନୀତି ଆୟୋଗ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ର୍ଫ ଟ୍ରାନ୍ସଫର୍ମିଂ ଇଣ୍ଡିଆ) ଗଠନ କରିବାକୁ ନିଷ୍ପତ୍ତି ନିଆଗଲା । ଗଚ୍ଚଏକ୍ଟଙ୍ଖ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ବିଶେଷଜ୍ଞ, ଅର୍ଥନୀତିଜ୍ଞ ଏବଂ ସାଧାରଣ ଜନତାଙ୍କ ବିସ୍ତୃତ ପରାମର୍ଶ ନେବା ପରେ ନୀତି ଆୟୋଗ ଗଠନ କରାଯାଇଥିଲା ।
କେନ୍ଦ୍ର ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ ଜଣାଶୁଣା ନୀତି ଆୟୋଗ ତିନୋଟି ଅବଧିରେ କାର୍ଯ୍ୟ କରେ । କେନ୍ଦ୍ର ସରକାର ଏହାର ଯୋଜନାଗୁଡିକର କାର୍ଯ୍ୟକାରିତାଠାରୁ ଆରମ୍ଭ କରି ଏହାର ସମୀକ୍ଷା ପର୍ଯ୍ୟନ୍ତ ଏକ ଅବଧି ରଖିଛନ୍ତି । ଏଥିରେ, ପ୍ରଥମଟି ହେଉଛି ଆକ୍ସନ ଏଜେଣ୍ଡା ଟର୍ମ ୩ବର୍ଷ , ଦ୍ୱିତୀୟଟି ମିଡ୍ ଟର୍ମ ଷ୍ଟାଟେର୍ଜି ୭ବର୍ଷ ଏବଂ ତୃତୀୟଟି ହେଉଛି ଭିଜନ ଡକ୍ୟୁମେଣ୍ଟ ଟର୍ମ ୧୫ବର୍ଷ ।
ଏହି ଆୟୋଗର ଅଧ୍ୟକ୍ଷତା କରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ (ମୁଖ୍ୟମନ୍ତ୍ରୀ ଏବଂ ଶାସକ / ଉପ-ରାଜ୍ୟପାଳ) ପରିଚାଳନା ପରିଷଦର ସଦସ୍ୟ ଅଟନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅଧ୍ୟକ୍ଷ ଏବଂ ସୁମନ ବେରୀ ଏହାର ଉପାଧ୍ୟକ୍ଷ ଅଟନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ହୋଇଥିବା ଏହାର ସ୍ଥାୟୀ ସଦସ୍ୟମାନେ ହେଉଛନ୍ତି ଭି ସାରସ୍ୱତ (ପୂର୍ବତନ ଊଜଊଙ ମୁଖ୍ୟ), ରମେଶ ଚାନ୍ଦ (କୃଷି ବିଶେଷଜ୍ଞ), ଭି କେ ପଲ (ଜନସ୍ୱାସ୍ଥ୍ୟ ବିଶେଷଜ୍ଞ) ଏବଂ ଅରବିନ୍ଦ ବିରମାନି (ଅର୍ଥନୀତିଜ୍ଞ) । ଏହାର ପୂର୍ବତନ ଅଫିସିଆଲ ସଦସ୍ୟମାନେ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା, କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଉପରେ ଘଓଞଓ ଆୟୋଗ ବୈଠକରେ ଆଲୋଚନା କରାଯାଉଛି । ଏଥିରେ ରାଜ୍ୟର ଅବଦାନ ସମ୍ପର୍କରେ ଆଲୋଚନା ହେବ । ଏହି ସଭାରେ ଏହି ଆଠଟି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ସେଗୁଡିକ ହେଲା, ଜଳ, ବିଦ୍ୟୁତ, ଜମି, ଶିକ୍ଷା, ଡିଜିଟାଇଜେସନ ଏବଂ ପ୍ରିପୋର୍ଟର ପଞ୍ଜୀକରଣ, ସାଇବର ସୁରକ୍ଷା, ସରକାରୀ କାର୍ଯ୍ୟାଳୟରେ ଇଓ ର ବ୍ୟବହାର ଉପରେ ଗୁରୁତ୍ୱ । ଏହା ବ୍ୟତୀତ ଏହି ବୈ ଠକରେ କେନ୍ଦ୍ର ଦେଇଥିବା ଯୋଜନା ଏବଂ ନିଯୁକ୍ତି ସୁଯୋଗର ସଠିକ କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।


Next Post

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା

Sat Jul 27 , 2024
କେନ୍ଦ୍ରାପଡ଼ା,୨୭ା୭: କେନ୍ଦ୍ରାପଡା ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକାର ବିଭାଗର ‘ବିଜ୍ଞାନମେଳା’ ଗତ ଜୁଲାଇ ମାସ ୨୭ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଓ ସହପ୍ରଧାନ ଆଚାର୍ଯ୍ୟ ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖଙ୍କ ଦ୍ୱାରା ଶିଶୁମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୫ଜଣ ଶିଶୁ ଭାଗ ନେଇଥିଲେ । ଶିଶୁବାଟିକା ବିଭାଗର […]

You May Like