ଶିକ୍ଷା ବିକାଶ ସଂସ୍ଥାନର ଜିଲ୍ଲା ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ କର୍ମଶାଳା


କେନ୍ଦ୍ରାପଡ଼ା, ୨୮ା୭: ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଭାଗନତପୁର ଗ୍ରାମପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାନର ମହାସଚିବ ଡ. କରୁଣାକର ପ୍ରଧାନ, ରାଜ୍ୟ ସଭାପତି ପ୍ରସନ୍ନ ମହାପାତ୍ର, ରାଜ୍ୟ ସଂଯୋଜକ ଗୈାରାଙ୍ଗ ଚରଣ ନାୟକ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ସତ୍ୟବ୍ରତ ରଥ, ବାଲିଆ ସରସ୍ୱତୀ ଶିସୁ ବିଦ୍ୟା ମନ୍ଦିରର ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ରାଜଗୋପାଳ ମହାନ୍ତିଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ୨୦ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକ ବନ୍ଧୁମାନେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ମାନଙ୍କରେ ଶୈକ୍ଷିକ, ବୈଚାରିକ ତଥା ଆନଷଙ୍ଗିକ ବିକାଶ ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରସ୍ୱତୀ ଶିଶୁ ମନ୍ଦିରର ଜଣେ ଦକ୍ଷ ଗୁରୁଜୀ ଥିଲେ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ ଜିଲ୍ଲାର ଏକ ଶିକ୍ଷା ବିକାଶ ସଂସ୍ଥାନ ସହବନ୍ଧିତ ଏକ ବିଦ୍ୟାଳୟର ଛାତ୍ର ଥିଲେ ବୋଲି ମହାସଚିବ ଡ. ପ୍ରଧାନ କହିଥିଲେ । ବିଦ୍ୟାଳୟ ଗୁଡିକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଏବଂ ଆଦର୍ଶ କରି ଗଢିତୋଳିବା ପାଇଁ ରାଜ୍ୟ ସଭାପତି ଦିଗଦର୍ଶନ ଦେଇଥିଲେ ।

 

 


Discover more from

Subscribe now to keep reading and get access to the full archive.

Continue reading