ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ , କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଥିବା ସର୍ବ ପୂରାତନ ବିଦ୍ୟାଳୟ ଏମଏନ ହାଇସ୍କୁଲ ଠାରେ ଶିକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ ସପ୍ତାହ ବ୍ୟାପି ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ ସୋମବାର ଦିନ ଶେଷ ହୋଇଛି ।ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ବିଷୟ ଭିତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ଦିନ ଏଫଏଲଏନ ଦିବସ ବା ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଆଧାରରେ ଛାତ୍ରୀଛାତ୍ର ମାନେ ଗଳ୍ପ ,ଗୀତ ଓ ଛୋଟ ଛୋଟ ଧନ୍ଦା ଲେଖିଥିଲେ । ତୃତୀୟ ଦିନରେ ଖେଳକୁଦ ଓ ସ୍ୱାସ୍ଥ୍ୟ ରକ୍ଷା ଆଧାରିତ କାର୍ଯ୍ୟକ୍ରମ କରାଯାଇଥିଲା । ଚତୁର୍ଥ ଦିନରେ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଏକତାର ମନଭାବ ଜାଗ୍ରତ କରିବା ପାଇଁ ଦେଶପ୍ରେମ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପଂଚମ ଦିନରେ ଦକ୍ଷତା ଦିବସ ରୂପରେ ପାଳନ କରାଯାଇ ଛାତ୍ରୀଛାତ୍ର ମାନଙ୍କୁ ବିଭିନ୍ନ ଘରକରଣା କାର୍ଯ୍ୟ ଓ ବୈଶୟୀକ ଶିକ୍ଷା ପାଇଁ ସଚେତନ କରାଯାଇଥିଲା । ଷଷ୍ଠ ଦିନରେ ଇକୋ କ୍ଲବ୍ ଓ ପୋଷଣ ଦିବସର ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା । ଶିକ୍ଷା ସପ୍ତାହର ଅନ୍ତିମ ଦିନରେ ସମ୍ପ୍ରଦାୟର ଯୋଗଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ସଭାକୁ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସସ୍ମିତା ସିଂହ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଅଶୋକ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ପୂରାତନ ଛାତ୍ର ସଂସଦ ଉପସଭାପତି ଶଚିଦାନନ୍ଦ ଦାସ, ମୂଖ୍ୟ ବକ୍ତା ଭାବେ ଆଲମ୍ୟୁନୀ କମିଟି ସଭାପତି ପ୍ରଫେସର ଦୁର୍ଯୋଧନ ପରିଡା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ ଦାଶ, ଇତିଶ୍ରୀ ଦାଶ, ଗୋପିନାଥ ତ୍ରିପାଠୀ, ରମେଶ ଦେ, ସଂଜୟ ବର୍ମା ପ୍ରମୁଖ ଯୋଗଦେଇ ସମ୍ପ୍ରଦାୟର ଯୋଗଦାନ ବିଷୟରେ ଛାତ୍ରୀଛାତଙ୍କୁ ଆଲୋକପାତ କରାଇଥିଲେ । ଅଭିଜ୍ଞ ବ୍ୟକ୍ତିମାନଙ୍କ ଠାରୁ ଛାତ୍ରୀଛାତ୍ର ମାନେ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ସପ୍ତାହ ବ୍ୟାପୀ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ସରୋଜ ସ୍ୱାଇଁ ପଂଚସଖା ଶିକ୍ଷା ସେତୁ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଶିକ୍ଷକ ଶଶାଙ୍କ ସାହୁ, ତାପସ ବେହେରା, ଅନିଲ ଦାସ, ଶିକ୍ଷୟତ୍ରୀ ଅନିତା ଧଳ ସମେତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ଓ ପରିଚଳନା କମିଟିର ସଦସ୍ୟଙ୍କ ପ୍ରତେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳିତ କରାଯାଇଥିଲା । ଶେଷରେ ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading