କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା



କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକର ଭାଗବତପୁର ପଞ୍ଚାୟତ ଅନ୍ତର୍ଗତ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ, ବାଲିଆ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୬ଟି ଉଚ୍ଚ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଭାପତି ପୁରୁଷୋତ୍ତମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ. ମୁରଲୀଧର ରଥ, ଅତିଥି ଭାବେ ଡା. ବିଶ୍ୱପ୍ରକାଶ କାନୁନଗୋ, କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶିଲ କୁମାର ସାମଲ, ନାରାୟଣ ସ୍ୱାଇଁ, ଦାମୋଦର ତ୍ରିପାଠୀ, ନିରଞ୍ଜନ ସ୍ୱାଇଁ, ପ୍ରମୋଦ କୁମାର ସାହୁ, ସମିତି ସଭ୍ୟା ପ୍ରମିଳା ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଲିପ୍ସାରାଣୀ ରାଉତ, ଡାଳିଜୀ ବିଦ୍ୟାପୀଠର ଛାତ୍ର ଭକ୍ତରଞ୍ଜନ ପାତ୍ର, ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ୍ ସ୍ୱାଇଁ, ବଡଗାଁ ରାଧାଗୋବିନ୍ଦଜୀଉ ବୈଷୟିକ ଉଚ୍ଚ ବିଦ୍ୟାଳୟର ସ୍ମୃତିରେଖା ନାୟକ, ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହଂସିକା ଦାସ, ରତ୍ନାକର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ମୃତିଶ୍ରୀ ସିଂହ, ପ୍ରିୟଦର୍ଶିନୀ ଦାସ ଓ ମୃତ୍ୟୁଞ୍ଜୟ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କର୍ମଚାରୀ ସଙ୍ଘର ପୂର୍ଣ୍ଣର୍ଚନ୍ଦ୍ର ମିଶ୍ର, ଅଚ୍ୟୁତାନନ୍ଦ ସାମଲ, ଶରତ ଚନ୍ଦ୍ର ବରାଳ, ପ୍ରାଣକୃଷ୍ଣ ସାମଲ, ରମେଶ ଚନ୍ଦ୍ର ଭଦ୍ର, ଶରତ ଚନ୍ଦ୍ର ସ୍ୱାଇଁ, ନଟବର ଭଦ୍ର, ବସନ୍ତ କୁମାର ଜେନା, ନିଗମଶେଖର ମହାନ୍ତି, ନଗେନ୍ଦ୍ର ରାଉତ, ରାଜକିଶୋର ବେହେରା, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ କୃତି ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରି ଜୀବନରେ ଭଲ ମଣିଷ ହୋଇ ସମାଜ କଲ୍ୟାଣରେ ବ୍ରତୀ ହେବା ପାଇଁ ଅର୍ଶ୍ରିବଚନ ପ୍ରଦାନ କରିଥିଲେ । ସଙ୍ଘର ସମ୍ପାଦକ ମଦନମୋହନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ନାଟ୍ୟଗୁରୁ ଶରତ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଡା. ବିଶ୍ୱପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ମଧୁସାଗର ମହୋତ୍ସବର ଆୟବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading