କେନ୍ଦ୍ରାପଡ଼ା , ୩୧ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ମସିହାର ଚତୁର୍ଥ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଉକ୍ତ ବିଦ୍ୟାଳୟରେ ୨୨ ତାରିଖରୁ ଆରମ୍ଭ କରାଯାଇ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ଦିନ ବ୍ୟାପୀ ଉତ୍ସବ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଦ୍ୱିତୀୟ ଦିବସରେ ଏଫ୍.ଏଲ୍.ଏନ୍.ର ବ୍ୟବହାର, ତୃତୀୟ ଦିବସରେ କ୍ରୀଡା ଦିବସ ପାଳନରେ ବିଭିନ୍ନ ଖେଳ ପ୍ରତିଯୋଗିତା, ଚତୁର୍ଥ ଦିବସ ସାଂସ୍କୃତିକ ଦିବସରେ ନୃତ୍ୟ, ଗୀତ ଓ ଅଭିନୟ ପ୍ରଭୃତି ପ୍ରତିଯୋଗିତା, ପଞ୍ଚମ ଦିବସରେ ଦକ୍ଷତା ଓ ଡିଜିଟାଲ ଦିବସରେ ପ୍ରୋତ୍ସାହନ ଅଭିବୃଦ୍ଧି, ଷଷ୍ଠ ଦିବସରେ ଇକୋ କ୍ଲବ୍/ସ୍କୁଲ ପୋଷଣ ଦିବସରେ ବୃକ୍ଷରୋପଣ, ରାଲି, ମା’ ପାଇଁ ଗଛଟିଏ ସ୍ଲୋଗାନ୍, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା, ଶେଷ ଦିବସରେ ସମ୍ପ୍ରଦାୟ ଯୋଗଦାନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଅଭିଭାବକ/ଅଭିଭାବିକା, ସଭ୍ୟ/ସଭ୍ୟା, ତଥା ୬ନଂ ୱାର୍ଡର କାଉନସିଲର ପ୍ରଦୀପ କୁମାର ଯେନାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରିତୀ ଭୋଜନ କରିବା ସହ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।
kanikanews.in
Next Post
ସାମାଜସେବୀ ଅଧିକାରୀ ଶରତ ଚନ୍ଦ୍ର ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା
Thu Aug 1 , 2024
ପଟ୍ଟାମୁଣ୍ଡାଇ. ୧/୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଞ୍ଚାୟତର ପୁର୍ବତନ ସରପଞ୍ଚ ସମାଜସେଵୀ ଅଧିକାରୀ ଶରତ ଚନ୍ଦ୍ର ଦାଶ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । [the_ad id=”11060″] ଶିକ୍ଷାବିତ ରାଜକୁମାର ବିଶ୍ଵାଳଙ୍କ ପୌରହିତ୍ୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ପରିଷଦ ସଦସ୍ୟା ପ୍ରିୟଦର୍ଶିନୀ ତରାଇ,ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ,ପେଣ୍ଠପାଳ ସମିତ ସଭ୍ଯ ଶଶାଙ୍କ ଶେଖର ବିଶ୍ଵାଳ, […]

KANIKA
- 2 years ago
ଲିଙ୍ଗ ଭିତିକ ହିଂସା ବିରୋଧରେ ସଚେତନତା
- 9 months ago
ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ଯୋଗୁଁ ପଟ୍ଟାମୁଣ୍ଡାଇ ଉତ୍ସବମୁଖର
- 2 years ago
ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଗଣଧାରଣାଚତୁର୍ଥ ଦିନରେ
- 1 year ago
ଅସ୍ମିତା-ବିଚାର