ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ବଡବାବୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା



କେନ୍ଦ୍ରାପଡା,୨/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ଜରିଆବାଡର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଓ କାର୍ଯ୍ୟାଳୟ ବଡବାବୁ ପରୀକ୍ଷିତ ସାମଲଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, ରାଜ୍ୟ ସମ୍ପାଦକ ନିର୍ମଳ କୁମାର ଜେନା, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ଗଣେଶ୍ୱର ସାମଲ, ଶିକ୍ଷାବିତ୍ କେଶବ ଚନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ମାନସ ରଞ୍ଜନ ପରିଡା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ମଲ୍ଲିକ, ନାରୀନେତ୍ରୀ ମଧୁଛନ୍ଦା ଶର୍ମା, ମୋନାଲିସା ସିଂହ, ରମେଶ ଚନ୍ଦ୍ର ସାହୁ, ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ବେହୁରା, ଶିବପ୍ରସାଦ ନାୟକ, ମଧୁସୂଦନ ବେହେରାଙ୍କ ସମେତ ଜିଲ୍ଲାର ଅନେକ ଶିକ୍ଷକ, ଶିକ୍ଷିକା, କର୍ମଚାରୀମାନେ ଯୋଗଦେଇ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଓ ବଡବାବୁ ଶ୍ରୀ ସାମଲଙ୍କ ଗୁଣଗାନ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ପରିଚାଳନା କମିଟି ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସୌଜନ୍ୟତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ସ୍ୱାଗତ ଅଭିଭାଷଣ ପ୍ରଦାନ କଲାବେଳେ ପ୍ରଦୀପ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ଓଷ୍ଟା ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନାଙ୍କ ସଂଯୋଜନାରେ ପ୍ରାକ୍ତନ ଛାତ୍ର ଖଗେଶ୍ୱର ମିଶ୍ର, ସତ୍ୟବ୍ରତ ଜେନା, ସ୍ମୃତିରଞ୍ଜନ ଧଳ, ସଦାନନ୍ଦ ବିଶ୍ୱାଳ, ବସନ୍ତ କୁମାର ପଣ୍ଡା, ଅଧ୍ୟାପକ ହେମନ୍ତ କୁମାର ଭାରତୀ, ସସ୍ମିତା ମିଶ୍ର, ଲକ୍ଷ୍ମୀଧର ମଲ୍ଲିକ, ଅଜିତ୍ କୁମାର ପୃଷ୍ଟି, ରାଧେଶ୍ୟାମ ଦାଶ, ପ୍ରସନ୍ନ କୁମାର ସାହୁ ସମେତ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ସୌମେନ୍ଦ୍ର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଓ କାର୍ଯ୍ୟାଳୟ ବଡବାବୁଙ୍କୁ ମାନପତ୍ର, ଉପଢୌକନ ସହ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଇଥିଲା ।

[the_ad id=”11060″]


Discover more from

Subscribe now to keep reading and get access to the full archive.

Continue reading