
କେନ୍ଦ୍ରାପଡ଼ା, ୫/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତସ୍ଥିତ ଜରିଆବାଡ ବଜ୍ରମହାକାଳୀ ପଞ୍ଚାୟତ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଚାରାରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସଭାପତି ସମାଜସେବୀ ଗଣେଶ୍ୱର ସାମଲ, ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା, ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରଣବ କୁମାର ଜେନା, ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର କୁମାର ପରିଡା, ଶିକ୍ଷୟିତ୍ରୀ ବବିତା ରାଉତଙ୍କ ସମେତ ବିଦ୍ୟାଳୟ କର୍ମଚାରୀ ଶ୍ରୀଚରଣ ବାରିକ, କୁଳମଣି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

