ଆକ୍ସନ ମୋଡ଼ରେ ପଟ୍ଟାମୁଣ୍ଡାଇ ପୋଲିସ, ୩୦ ୱାରେଂଟି କୋର୍ଟ ଚାଲାଣ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ କଡାକଡା ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆଦର୍ଶ ଥାନା ପୋଲିସ ଆକ୍ସନ ମୋଡ଼କୁ ଆସିଯାଇଛି । ବିଶେଷ କରି ବରିଷ୍ଠ ଅଭିଜ୍ଞ ପୋଲିସ ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅପରାଧୀଙ୍କୁ ଦମନ କରି ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ କଠୋର ନିଷ୍ପତି ନେଇଛନ୍ତି । ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଓ ଅପରାଧ ନିୟଂତ୍ରଣ କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ ବୋଲି ଆଇ ଆଇ ସି ସ୍ପଷ୍ଟ କରିବା ପରେ ପଟ୍ଟାମୁଣ୍ଡାଇ ପୋଲିସ ସକ୍ରିୟ ହୋଇଉଠିଛି । କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ଅପରାଧ ନିୟଂତ୍ରଣ ଓ ଚୋରା ମାଦକ ଦ୍ରବ୍ୟ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇ ଆଇ ସି ସାହୁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ପଟ୍ଟାମୁଣ୍ଡାଇ ସହରରେ ଟ୍ରାଫିକ ନିୟଂତ୍ରଣ, ସନ୍ଧ୍ୟା ଓ ରାତ୍ରୀକାଳୀନ ପେଟ୍ରୋଲିଙ୍ଗକୁ କଡାକଡ଼ି କରାଯାଇଛି । ଏଥି ସହିତ ଏସପି ୱାରେଂଟି ଆସାମୀ ଗିରଫ ଉପରେ ଗୁରୁତ୍ୱ ଆରୋପ କରୁଥିବାରୁ ସ୍ଥାନୀୟ ପୋଲିସ ୱାରେଂଟ ଆସାମୀକୁ ଧରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଆର ଆଇ ସି ସାହୁଙ୍କ ନେତୃତ୍ୱ ଗଠିତ ସ୍ୱତନ୍ତ୍ର ସ୍ୱାର୍ଡ ୱାରେଂଟ ଆସାମୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରାତିଅଧିଆ ଚଢ଼ାଉ ଅଭିଯାନ ଜାରି ରଖିଛି । ଏତଦ ବ୍ୟତୀତ ବିଭିନ୍ନ ଜୁଆ ଖେଳ ଆଡା ଉପରେ ମଧ୍ୟ ଚଢ଼ାଉ କରାଯାଉଛି । ଚୋରା ମଦ କାରବାର ରୋକିବା ପାଇଁ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଆଇ ଆଇ ସି ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ରାତିଅଧିଆ ଚଢ଼ାଉ କରି ୩୦ଜଣ ୱାରେଂଟ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଗାମୀ ଦିନରେ ୱାରେଂଟ ଆସାମୀ ଓ ଚୋରା ମଦ ଗଂଜେଇ, ଅଫିମ ଓ ବ୍ରାଉନସୁଗାର ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇ ଆଇ ସି ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଅପରାଧ ଦମନ ପାଇଁ ଆକ୍ସନ ମୋଡ଼କୁ ଆସିବା ପରେ ଅପରାଧୀ ମହଲରେ କୋକୁଆ ଭୟ ସୃଷ୍ଟି ହୋଇଛି ।


Next Post

Croc drags woman into Brahmani

Tue Aug 13 , 2024
PATTAMUNDAL: In probably the first case of crocodile attack this season, a 50-year old woman was reportedly dragged into the Brahmani river by a crocodile while she was washing utensils at Alapuadia village of Alapua panchayat under this block in Kendrapara district, Monday evening. The missing woman has been identified […]